ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୂଚନା ଓ ଲୋକସଂପର୍କ ବିଭାଗ ଅଧିନସ୍ଥ ବିଭିନ୍ନ କାର୍ଯ୍ୟାଳୟରେ ଅବସ୍ଥାପିତ ଓଡ଼ିଶା ସୂଚନା ସେବା ବର୍ଗର ୬ ଜଣ ଅଧିକାରୀ ଉପନିର୍ଦ୍ଦେଶକ ଭାବରେ ପଦୋନ୍ନତି ପାଇଛନ୍ତି । ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଭଣ୍ଡାର ଅଧିକାରୀ ସୁରଜିତ ମିଶ୍ର, ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ରକ୍ଷକ କୁମାର ନାୟକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲୋକସଂପର୍କ ଅଧିକାରୀ ଚିତ୍ତରଞ୍ଜନ ପତି, ମୁଖ୍ୟାଳୟର ସୂଚନା ଅଧିକାରୀ ଦୀପ୍ତିମୟୀ ମହାପାତ୍ର, ବରଗଡ଼ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କଲ୍ୟାଣୀ ଦାଶ ଓ କଟକ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଏହି ପଦୋନ୍ନତି ପାଇଛନ୍ତି । ଏ ସଂପର୍କରେ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଦୋନ୍ନତି ପାଇଥିବା ଅଧିକାରୀମାନେ ଅନ୍ୟାଦେଶ ପର୍ଯ୍ୟନ୍ତ ବର୍ତ୍ତମାନ ଅବସ୍ଥାପିତ ସ୍ଥାନରେ କାର୍ଯ୍ୟ କରିବେ।






More Stories
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..
ଜ୍ଞାନକୁ ସମାଜ କଲ୍ୟାଣରେ ବିନିଯୋଗ କର…..
୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି……