Report Card Odisha

| Daily Odia News

ସେନାରେ ସାମିଲ ହେଲା ‘ଅଗ୍ନିବୀର’ ପ୍ରଥମ ବ୍ୟାଚ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ବାୟସେନାର ପ୍ରଥମ ବ୍ୟାଚର ଅଗ୍ନିବୀର ମାନେ ଶନିବାର ଗୋପାଳପୁର ମିଲିଟାରୀ ଷ୍ଟେସନରେ ଭାରତୀୟ ସେନାରେ ସାମିଲ ହୋଇଛନ୍ତି । ୨୦୨୩ ଜାନୁଆରୀ ୨ରୁ ତାଲିମ ଆରମ୍ଭ କରି ୨୪ ସପ୍ତାହର ନିରନ୍ତର ତାଲିମ ଗ୍ରହଣ ପରେ ୧୭ଜୁନ ରେ ଅଗ୍ନିବୀର ମାନେ କସମ୍ ପ୍ୟାରେଡ (ଶପଥ ଗ୍ରହଣ) କରିଛନ୍ତି । ଏହି ଶପଥ ସମାରୋହ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯାହାକି ଅଗ୍ନିବୀର ମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ଼ କରିଥାଏ ଏବଂ ଉତ୍ତମ ତାଲିମ ପ୍ରାପ୍ତ ଅଗ୍ନିବୀର ଭାବରେ ପରିଣତ ହୋଇଥାନ୍ତି । ବାୟୁ ସେନା ପକ୍ଷରୁ ଅଗ୍ନୀପଥ ଯୋଜନାକୁ ସଫଳ ଓ କାର୍ଯ୍ୟକାରୀ କରିବା ପାଇଁ ଏହି ଶପଥ ଗ୍ରହଣ ସମାରୋହର ଆୟୋଜନ କରାଯାଇଥିଲା। ଦେଶର ପ୍ରତିରକ୍ଷା ବଳକୁ ସୁଦୃଢ ତଥା ସଶକ୍ତ କରିବା ପାଇଁ ଜାତୀୟ ସ୍ତରରେ ଏହା ଏକ ପ୍ରମୁଖ ପଦକ୍ଷେପ। ପ୍ରଥମ ବ୍ୟାଚର ଅନ୍ତିମ ପାସ ଆଉଟ୍ ପ୍ୟାରେଡ ୫ ଅଗଷ୍ଟ ୨୦୨୩ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Breaking News