ରିପୋର୍ଟ କାର୍ଡ / ମୟୂରଭଞ୍ଜ
ଗତକାଲି ଶିମିଳିପାଳ ଅଭୟାରଣ୍ୟ ରେ ଥିବା ଉପରବାରା କାମୁଡା ରେଞ୍ଜ ଅନ୍ତର୍ଗତ ଗାମୁଛା ଝରଣ ବିଟ ନିକଟରେ ଶିକାରୀ ଗୁଳିରେ ଭାରପ୍ରାପ୍ତ ରେଞ୍ଜ ଅଫିସର ମାଟି ହାସଦାଙ୍କ ମୃତ୍ୟୁ ହେଇଥିଲା। ରବିବାର ଘଟଣା ସ୍ଥାନକୁ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ, ପିସିସିଫ, ସିସିଏଫ, ଆରସିସିଏଫ ଉତ୍ତର ଶିମିଳିପାଳ ଡେପୁଟି ଡ଼ାଇରେକ୍ଟର ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରୁ ଫେରିବା ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଯଶୀପୁର ଠାରେ ଥିବା ଖୋଇରୀ ନିବାସ ରେ ଏକ ପ୍ରେସ ମିଟ ର ଆୟୋଜନ କରିଥିଲେ, ସେ କହିଥିଲେ କି ଶିମିଳିପାଳର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବା ସାଙ୍ଗକୁ ସହିଦ୍ ପରିବାରଙ୍କୁ ୨୫ଲକ୍ଷ ଟଙ୍କା ସହୟତା ଦିଆଯିବା ସହ ଆଗାମୀ ଦିନରେ ବନକର୍ମି ନିଯୁକ୍ତି ନିମନ୍ତେ ଓଏସଏସସି ମାଧ୍ୟମରେ ପଦବୀ ସୃଷ୍ଟି କରାଯିବ ଓ ଶିକାରୀ ମାନଙ୍କୁ ଧରିବା ପାଇଁ ପୋଲିସ୍ ପ୍ରଶାସନ ତତ୍ପର ରହିଛି,ଆଗକୁ ତଦନ୍ତ ପରେ ସବୁ ସାମ୍ନାକୁ ଆସିବ ବୋଲି ପ୍ରକାଶ କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟ ରେ ସୁରକ୍ଷା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଶିମିଳିପାଳ ଅଭୟାରଣ୍ୟ ରେ ବେଆଇନ ଦେଶୀ ବନ୍ଧୁକ ତିଆରି ହେଇଥିବା ସ୍ଥାନ ଚିନ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏକ ମାସ ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟରେ ଦୁଇ ଦୁଇ ଜଣ ବନ ବିଭାଗ କର୍ମଚାରୀ ଙ୍କ ଶିକାରୀ ଗୁଳିରେ ଜୀବନ ଯାଇଛି। ଏହାକୁ ଗୁରୁତ୍ୱ ଦେଇ ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ଘଟଣା ନେଇ ଠାକୁରମୁଣ୍ଡା ଥାନା ରେ ଏକ ମାମଲା ରୁଜୁ ହେଇ ୧୦ ଜଣକ କୁ ଅଟକ ରଖିଛିନ୍ତି । ପୂର୍ବରୁ ଅଟକ ଥିବା ୩ ଜଣକୁ ଛାଡି ଦିଆ ହେଇଛି ।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..