ରିପୋର୍ଟ କାର୍ଡ / ପୁରୀ
ଆସନ୍ତା କାଲି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ସହରରେ କିପରି ଟ୍ରାଫିକ ନିୟନ୍ତ୍ରଣ ସୁରୁଖୁରୁ ହେବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ୪୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ। ଟ୍ରାଫିକ ନିୟନ୍ତ୍ରଣକୁ ୩ ଭାଗରେ ବିଭକ୍ତ କରାଯାଇଛି । କୁମ୍ଭାରପଡ଼ା ଥାନାରେ ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମୋଟ୍ ୨୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ଏଡିଜି ଅମିତାଭ ଠାକୁର ଏକ ପ୍ରେସ୍ପିଟ୍ରେ କହିଛନ୍ତି। ପର୍ଯ୍ୟଟକଙ୍କ ବସ୍ ମାଳତୀପାଟପୁର ବସ୍ଷ୍ଟାଣ୍ଡରେ ରହିବ। ସେଠାରୁ ସମସ୍ତ ଗାଡ଼ି ଆସି ତାଳବଣିଆରେ ପାର୍କିଂ କରିବେ। କୋଣାର୍କ ଆଡ଼ୁ ଆସୁଥିବା ଗାଡ଼ିଗୁଡ଼ିକ ତାଳବଣିଆରେ ରହିବେ। ୪ ଚକିଆ ଗାଡ଼ି ତାଳବଣିଆର ୬ ପାର୍କିଂ ପ୍ଲେସରେ ରହିବ। ଭକ୍ତଙ୍କ ଭଲ ଦଶନ ପାଇଁ କୌଣସି ଯାନ ଜୋନ୍ ହେବ ନାହିଁ। ଅଠରନଳାଛକଠାରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏବଂ ହସ୍ପିଟାଲ ଛକରୁ ସୁଭାଷ ବୋଷ କ୍ରସିଂ ପର୍ଯ୍ୟନ୍ତ। ବ୍ରହ୍ମଗିରି ଆଡ଼ୁ ଆସୁଥିବା ଗାଡ଼ି ଲୋକନାଥ ମନ୍ଦିର ନିକଟରେ ରହିବେ। ଦୁଇ ଚକିଆ ଗାଡ଼ି ଜଗନ୍ନାଥବଲ୍ଲଭ ପାର୍କିଂରେ ରହିବେ। ମାଟିତୋଟା କ୍ରିକେଟ ଫିଲ୍ଡ, ମଶାଣି ଚଣ୍ଡୀରେ ବାଇକ୍ ରହିବ। ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ମାଗଣା ଇ-ଯାନ ବ୍ୟବସ୍ଥା ହୋଇଛି। ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର-୬୩୭୦୯୬୭୧୦୦ ଜାରି କରାଯାଇଛି। ସେହିପରି ଆମ୍ବୁଲାନ୍ସ ପାଇଁ ଇ-କରିଡର ବ୍ୟବସ୍ଥା ଓ ଜରୁରୀ ସେବା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥା ମଧ୍ୟ କରାଯାଇଛି|






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..