ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତମାସ ୨୧ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ । ଗ୍ରୀଷ୍ମଛୁଟି ପରେ ୨୧ତାରିଖରୁ ସ୍କୁଲ ଖୋଲୁଥିଲେ ମଧ୍ୟ ୭ଟି ଜିଲ୍ଲାରେ ଗ୍ରୀଷ୍ମପ୍ରବାହର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସକାଳୁଆ ସ୍କୁଲ କିମ୍ବା ସମ୍ପୂର୍ଣ୍ଣ ଛୁଟି ପାଇଁ ନିଷ୍ପତ୍ତି ନେଇପାରିବେ । ବାକି ୨୩ଟି ଜିଲ୍ଲାରେ ଜୁନ୍ ୨୧ରେ ଗ୍ରୀଷ୍ମଛୁଟି ଖୋଲିବ ଓ ସ୍ୱାଭାବିକ ସମୟରେ ସ୍କୁଲ ପାଠପଢ଼ା ହେବ । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ପ୍ରତିଷେଧକମୂଳକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଭଳି ୭ଟି ଜିଲ୍ଲାର ଜିଲ୍ଲାପାଳମାନେ ପାଣିପାଗ ପରିସ୍ଥିତିକୁ ଚାହିଁ ସକାଳୁଆ ସ୍କୁଲ କିମ୍ବା ସମ୍ପୂର୍ଣ୍ଣ ଛୁଟି ଘୋଷଣା କରିପାରିବେ । ଏହି ୭ଟି ଜିଲ୍ଲାକୁ ଛାଡ଼ି ଦେଲେ ବାକି ୨୩ଟି ଜିଲ୍ଲାରେ ସ୍ୱାଭାବିକ ସମୟ(ରେଗୁଲାର ଟାଇମ)ରେ ସ୍କୁଲ ଖୋଲିବ ।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..