Report Card Odisha

| Daily Odia News

ସିଗ୍‌ନାଲ ଜେଇଙ୍କ ଘର ସିଲ୍ ଖୋଲିଲା CBI,ଛାନଭିନ ଜାରି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ଙ୍କ ଭଡ଼ା ଘର ସିଲ୍ କରାଯାଇଥିଲା | ଆଜି ଅମୀର ଖାନଙ୍କ ଉପସ୍ଥିତିରେ ସୋର କମରପୁର ଭଡା ଘର ସିଲ୍ ଖୋଲିଲା CBI । ଦୁର୍ଘଟଣା ଦିନ ସିଗନାଲ ଜେଇ ଇନ୍ ଚାର୍ଜ ଥିଲେ ଅମୀର ଖାନ। ଘର ଭିତରେ ବିଭିନ୍ନ ଜିନିଷ ଉପରେ ଛାନଭିନ ଜାରି । ଗତ ଆଠ ଦିନ ହେଲା ଅମୀର ଖାନ ଓ ତାଙ୍କ ସ୍ତ୍ରୀ ଗୁଡିଆ ଭଡ଼ା ଘରୁ ପଳାଇଥିଲା । ସୂଚନା ଥାଉକି, ସୋରରେ ଥିବା ରେଳ ସିଗ୍‌ନାଲ୍ ଇନଚାର୍ଜଙ୍କ ଘରକୁ ସିଲ୍ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) । ସିଗ୍‌ନାଲ୍ ମ୍ୟାନ ଅମିର ଖାନଙ୍କ କମରପୁର ସ୍ଥିତ ଭଡା ଘରକୁ ସିବିଆଇ ସିଲ୍ କରିଥିଲା ଟିମ୍ । ରେଳ ଦୁର୍ଘଟଣା ପରଠୁ ପରିବାର ସହ ଅନୁପସ୍ଥିତ ରହୁଥିଲେ ସିଗନାଲ ମ୍ୟାନ୍ । ଏହା ପୂର୍ବରୁ ସିବିଆଇ ବାହାନଗା ବଜାର ଷ୍ଟେସନର କର୍ମଚାରୀଙ୍କୁ ନିଜ ହେପାଜତରେ ରଖି ଜେରା କରୁଛି ।

 

Breaking News