ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ରାଜନୀତିରେ ଆଉରଙ୍ଗଜେବ ଏବଂ ଟିପୁ ସୁଲତାନଙ୍କୁ ନେଇ ଚାଲିଥିବା ରାଜନୈତିକ ଯୁଦ୍ଧ ସମାପ୍ତ ହେବାର ନାମ ନେଉନାହିଁ। ଏହି ସମୟରେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ଏକ ଚିଠି ମହାରାଷ୍ଟ୍ରରେ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସାଂସଦ ସଞ୍ଜୟ ରାଉତ ମିଳିତ ଜାତିସଂଘର ମହାସଚିବଙ୍କୁ ଏକ ଚିଠି ଲେଖି ଜୁନ୍ ୨୦ କୁ ବିଶ୍ୱ ବିଶ୍ୱାସଘାତକ ଦିବସ ଭାବେ ଘୋଷଣା କରିବା ପାଇଁ ଦାବି କରିଛନ୍ତି। ଗତ ବର୍ଷ ପ୍ରାୟ ୪୦ ଜଣ ବିଧାୟକ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିଥିଲେ | ଆଉ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହାର ନେତୃତ୍ୱ ନେଇଥିଲେ | ଆଜି ଅର୍ଥାତ ଜୁନ ୨୦, ୨୦୨୨ରେ ଏହି ବିଦ୍ରୋହ ଆରମ୍ଭ ହୋଇଥିବାରୁ ସଞ୍ଜୟ ରାଉତ ଏହାକୁ ବିଶ୍ୱାସଘାତକ କାର୍ଯ୍ୟ ବୋଲି ଅଭିହିତ କରିଛନ୍ତି | ସେ ଏହି ଚିଠିକୁ ଏମିତି ଏକ ସମୟରେ ପଠାଇଛନ୍ତି ଯେତେବେଳେ ସିନ୍ଦେ ଏବଂ ଉଦ୍ଧବ ଠାକରେ ଦଳ ଶିବସେନାର ପ୍ରତିଷ୍ଠା ଦିବସକୁ ଅର୍ଥାତ୍ ଜୁନ୍ ୧୯ରେ ପୃଥକ ଭାବରେ ପାଳନ କରିଥିଲେ। ସଞ୍ଜୟ କହିଛନ୍ତି ଯେ ବର୍ତ୍ତମାନ ଚିଠି ପଠାଇଥିବାବେଳେ ଆଗାମୀ ଦିନରେ ଲକ୍ଷ ଲକ୍ଷ ଲୋକଙ୍କ ଦସ୍ତଖତ ସଂଗ୍ରହ କରି ମିଳିତ ଜାତିସଂଘକୁ ପଠାଇବେ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..