Report Card Odisha

| Daily Odia News

ନବୀନ ପଟ୍ଟନାୟକ ଅନୌପଚାରିକ ଭାବରେ ବିଜେପି ସହ ଅଛନ୍ତି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭା ନିର୍ବାଚନ -୨୦୨୪ ପାଇଁ ଏକ ବର୍ଷରୁ କମ୍ ସମୟ ବାକି ଅଛି | ଏଭଳି ପରିସ୍ଥିତିରେ ବିରୋଧୀ ଦଳର ନେତାମାନେ ଏବେ ମୋଦୀଙ୍କ ବିପକ୍ଷରେ ଲଢେଇ ପାଇଁ ଏକଜୁଟ ହେବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ତେବେ ବର୍ତ୍ତମାନ ରାଜ୍ୟସଭା ସାଂସଦ ତଥା ଟିଏମସି ନେତା ଡେରେକ ଓ’ବ୍ରାୟନ୍ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ବୟାନ ଦେଇଛନ୍ତି | ସେ କହିଛନ୍ତି, “ନବୀନଙ୍କ ପାଖରେ ପହଞ୍ଚିବା କଷ୍ଟସାଧ୍ୟ ହୋଇପାରେ କାରଣ ବିଜେଡି ଅନୌପଚାରିକ ଭାବରେ ବିଜେପି ସହ ଅଛି। ସେ କହିଛନ୍ତି ଯେ, ‘ନବୀନ ପଟ୍ଟନାୟକ ମେ ୨୭ ତାରିଖ ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଯୋଗ ଦେଇନଥିଲେ | ବିରୋଧୀ ଦଳ ନୂତନ ସଂସଦ ଭବନର ଉଦଘାଟନ କାର୍ଯ୍ୟକ୍ରମକୁ ବୟକଟ କରିଥିଲେ ବି ବିଜେଡି ସୁପ୍ରିମୋ ୨୧ ଜଣିଆ ସାଂସଦଙ୍କ ପ୍ରତିନିଧି ଦଳ ସମାରୋହକୁ ପଠାଇଥିଲେ | ଆଉ ଏଭଳି କରି ଅଣ-ବିଜେପି ଦଳର ନିଷ୍ପତ୍ତିରୁ ନିଜକୁ ଦୂରେଇ ରଖିଥିଲେ। ନବୀନ ପଟ୍ଟନାୟକ ଅନୌପଚାରିକ ଭାବରେ ବିଜେପି ସହ ଅଛନ୍ତି’ | ଡେରେକ ଓ’ବ୍ରାୟନ୍ କହିଛନ୍ତି ଯେ ମଣିପୁରରେ ଯେଭଳି ଦୟନୀୟ ସ୍ଥିତି ହୋଇଛି, ସେବାବଦରେ ନବୀନ କିଛି କହିବେ ନାହିଁ | ବରିଷ୍ଠ ବିରୋଧୀଦଳ ନେତାମାନେ ନବୀନଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଛନ୍ତି | ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ | ସେମାନେ ନବୀନଙ୍କୁ ବିରୋଧୀ ଦଳରେ ସାମିଲ କରିବାକୁ ଭେଟି ମନାଇଥିଲେ, କିନ୍ତୁ ତାହା ହୋଇପାରି ନାହିଁ।

Breaking News