ରିପୋର୍ଟ କାର୍ଡ / ପୁରୀ
ଆଜିଠାରୁ ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ଆରମ୍ଭ ହୋଇଛି | ଏଥିପାଇଁ ଏଏସଆଇର ୪ ଜଣିଆ ବୈଷୟିକ ଟିମ ପୁରୀରେ ପହଞ୍ଚିଛନ୍ତି। ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ ଦ୍ୱାରା ଗର୍ଭଗୃହ ଯାଞ୍ଚ ଓ ଆବଶ୍ୟକୀୟ ମରାମତି କରାଯାଇଥାଏ। ଏ ନେଇ ବିଶେଷଜ୍ଞଙ୍କ ଦ୍ୱାରା ଗ୍ରାଉଟିଙ୍ଗ ଓ ଡ୍ରିଲିଂ କାର୍ଯ୍ୟ କରାଯିବ। ତାପରେ ଷ୍ଟିଲ ଫ୍ରେମ ଲଗାଯିବ। ଏହାପରେ ବର୍ମାଟିକ କାଠର ଦ୍ୱାରକୁ ଲଗାଯିବ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ସିଂହଦ୍ୱାରରେ ରୂପା କବାଟ ଲାଗିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସିଂହଦ୍ୱାରରେ ଲାଗିଥିବା ପିତ୍ତଳ କବାଟକୁ ଖୋଲାଯାଇ ତା’ ସ୍ଥାନରେ ରୂପା କବାଟ ଲଗାଯିବ। ଏଥିପାଇଁ ସିଂହଦ୍ୱାରରେ ଗତକାଲି ଅସ୍ଥାୟୀ ଫ୍ରେମ୍ ଲଗାଯାଇଛି। ସିଂହଦ୍ୱାରରେ ରୂପା କବାଟ ଲାଗି ମୁମ୍ବାଇର ଜଣେ ଦାତା ରୂପା ଦାନ କରିଥିଲେ। ସେହି ରୂପାରେ ଉତ୍କଳୀୟ ଢାଞ୍ଚାରେ ସୁନ୍ଦର କାରୁ କାର୍ଯ୍ୟପୂର୍ଣ୍ଣ ରୂପା କବାଟ ପ୍ରସ୍ତୁତି ହୋଇଛି। ବର୍ମା ସାଗୁଆନ କାଠରେ ଏହି ନୂତନ କବାଟ ନିର୍ମାଣ କରାଯାଇଛି। ତେବେ ୯ ଦିନ ଭିତରେ କାର୍ଯ୍ୟ ସରିବ ବୋଲି କୁହାଯାଉଛି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..