Report Card Odisha

| Daily Odia News

ବିରୋଧୀ ହାତ ମିଶାନ୍ତୁ,୨୦୨୪ରେ ମୋଦି ହିଁ ପ୍ରଧାନମନ୍ତ୍ରୀ ହେବେ…..

Dharwad, Apr 28 (ANI): Union Home Minister Amit Shah addresses a public meeting for the Karnataka Assembly elections, at Navalgund, in Dharwad on Friday. (ANI Photo)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୪ ନିର୍ବାଚନ ପାଇଁ ଆଜି ବିହାରର ପାଟନାରେ ବିରୋଧୀ ଦଳ ମହାମେଳି କରିଛନ୍ତି | ଏହି ବୈଠକରେ ବିଜେପିକୁ ଗାଦିଚ୍ୟୁତ କରିବା ରଣନୀତି ପ୍ରସ୍ତୁତ ହେଉଛି | ଏହାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ୨୦୨୪ରେ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଜମ୍ମୁରେ ଅନେକ ପ୍ରକଳ୍ପର ମୂଳଦୁଆ ପକାଇବା ଅବସରରେ ଅମିତ ଶାହା ମଧ୍ୟ ବିରୋଧୀ ଏକତା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି , ବିରୋଧୀ ଯାହା ବି କରିବା କଥା କରନ୍ତୁ ହେଲେ ୨୦୨୪ରେ ମୋଦି ଜି ୩୦୦ରୁ ଅଧିକ ସିଟ୍‌ରେ ଜିତିବା ନିଶ୍ଚିତ। ଏହି ସମୟରେ ଅମିତ ଶାହା କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଘଟଣା ଏବଂ ଧାରା ୩୭୦ ଧାରା ଉଚ୍ଛେଦ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଜମ୍ମୁରେ ଲୋକଙ୍କୁ ସମ୍ବୋଧିତ କରି ଶାହା କହିଛନ୍ତି, ଆଜି ପାଟନାରେ ଏକ ଫଟୋ ମିଶନ ଚାଲିଛି। ସମସ୍ତ ବିରୋଧୀଦଳ ନେତା ଗୋଟିଏ ମଞ୍ଚକୁ ଆସୁଛନ୍ତି ଏବଂ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ଆମେ ଭାଜପା ଏବଂ ମୋଦି ଜିଙ୍କୁ ଚ୍ୟାଲେଞ୍ଜ କରିବୁ। ମୁଁ ବିରୋଧୀ ନେତାଙ୍କୁ କହିବାକୁ ଚାହୁଁଛି ଯେ ଆପଣ ଯେତେ ବି ହାତ ମିଶାନ୍ତୁ ନା କାହିଁକି, ଆପଣ ଏକାଠି ହୋଇପାରିବେ ନାହିଁ ଏବଂ ଆପଣ ଆସିଲେ ମଧ୍ୟ ଏହା ନିଶ୍ଚିତ ଯେ ୨୦୨୪ରେ ମୋଦି ଜୀ ୩୦୦ରୁ ଅଧିକ ସିଟ୍‌ରେ ଜିତିବେ।

Breaking News