ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ତଥା ବିଜେଡି ଲିଗାଲ ସେଲ୍ ଉପଦେଷ୍ଟା ଗୋପାଳକୃଷ୍ଣ ମହାନ୍ତି ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ ବିଜେଡି ଲିଗାଲ ସେଲ୍ ବିଭାଗର ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ମହାନ୍ତିଙ୍କ ସହ ୩୦ରୁ ଅଧିକ ଆଇନଜୀବୀ କଂଗ୍ରେସରେ ଯୋଗ ଦେଇଛନ୍ତି । ଶୁକ୍ରବାର ଅପରାହ୍ନରେ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀ ମହାନ୍ତି ବିଜେଡ଼ି ଛାଡ଼ି କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବରେ ଯୋଗ ଦେଇଛନ୍ତି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..