ରିପୋର୍ଟ କାର୍ଡ / ଭୁବନେଶ୍ୱର
ବରଙ୍ଗପୁର ଅତିରିକ୍ତ କୁବେର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି । ଶୁକ୍ରବାର ଚଢ଼ାଉ ସମୟରେ ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ ଅଧିକ ସଂପତ୍ତି ଠାବ ହୋଇଥିଲା । ପ୍ରଶାନ୍ତଙ୍କ ଗିରଫ ନେଇ ଭିଜିଲାନ୍ସ ସେଲ୍ ଏସ୍ପି ଏମ୍. ରାଧାକ୍ରିଷ୍ଣନଙ୍କ ସୂଚନା ଦେଇଛନ୍ତି। ଚଢ଼ାଉ ବେଳେ ପ୍ରଶାନ୍ତ ରାଉତଙ୍କଠାରୁ ୩ କୋଟିରୁ ଅଧିକ ନଗଦ ଟଙ୍କା, ୫ଟି ପ୍ଲଟ, ୨ଟି ଦାମୀ କାର୍, ଭୁବନେଶ୍ବରରେ ଘର ଜବତ ହୋଇଛି। ଏହା ସହିତ ପ୍ରଶାନ୍ତ ରାଉତଙ୍କ ଏକାଧିକ ବେନାମୀ ଆକାଉଣ୍ଟ ମଧ୍ୟ ମିଳିଛି, ଆୟଠାରୁ ଅଧିକ ୫୦୦% ସଂପତ୍ତି ରହିଥିବା ଜଣାପଡିଛି |






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….