ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଏକାଠି ହେବାକୁ ବିରୋଧୀ ଯୋଜନାରେ କରୁଥିବା ବେଳେ ଫାଟ ସୃଷ୍ଟି ହୋଇଛି। ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍ ଓ କଂଗ୍ରେସ ମଧ୍ୟରେ ସୃଷ୍ଟି ହୋଇ ବିବାଦ ଦିନକୁ ଦିନ ତୀବ୍ର ହେଉଛି। ଦୁଇ ଦଳ ପରସ୍ପରକୁ ଆକ୍ଷେପ କରୁଥିବା ବେଳେ ଏବେ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ ସିଧାସଳଖ ଅରବିନ୍ଦ କେଜ୍ରିୱାଲ ଓ ଆପ୍କୁ ଟାର୍ଗେଟ କରିଛନ୍ତି। ଆପ୍ର ସମ୍ପର୍କ ବିଜେପି ସହ ରହିଥିବା ସେ ଅଭିଯୋଗ କରିଛନ୍ତି। ଗତ ଶୁକ୍ରବାର ପାଟନାରେ ଆୟୋଜିତ ବିରୋଧୀଙ୍କ ମହା ବୈଠକରେ ଉଭୟ ଆପ୍ ଓ କଂଗ୍ରେସ ଯୋଗ ଦେଇଥିଲେ। ଏହି ବୈଠକରେ ମଧ୍ୟ ଅଧ୍ୟାଦେଶ ପ୍ରସଙ୍ଗକୁ ନେଇ ଦୁଇ ଦଳ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା। ଆପ୍ ସିଧାସଳଖ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲା। କଂଗ୍ରେସ ଥିବା ମେଣ୍ଟରେ ଯୋଗ ଦେବା ଆପ୍ ପାଇଁ କଷ୍ଟକର ବୋଲି ମଧ୍ୟ ଦଳ କହିଥିଲା। ଏବେ ଅଜୟ ମାକେନ ଗୋଟିଏ ଭିଡିଓ ବାର୍ତ୍ତା ଦ୍ୱାରା ଆପ୍ ଓ ଏହାର ସୁପ୍ରିମୋ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଗୋଟି ପଟେ ଅରବିନ୍ଦ କେଜ୍ରିୱାଲ କଂଗ୍ରେସର ସମର୍ଥନ ମାଗୁଛନ୍ତି। ଅନ୍ୟପଟେ ସେ ରାଜସ୍ଥାନ ଯାଇ ଆମର ସବୁଠାରୁ ବରିଷ୍ଠ, ୩ଥରର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ମତ ରଖୁଛନ୍ତି। ସଚିନ ପାଇଲଟଙ୍କୁ ମଧ୍ୟରେ ସମାଲୋଚନା କରିବାକୁ ପଛାଇ ନାହାନ୍ତି। କ’ଣ ସେମାନେ(ଆପ୍) ପ୍ରକୃତରେ କଂଗ୍ରେସ ସମର୍ଥନ ଚାହୁଁଛନ୍ତି କିମ୍ବା ଆମ ସହ ଶାନ୍ତି ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛନ୍ତି? ଆପ ମୁଖପାତ୍ର ଯାହା କହୁଛନ୍ତି, ତାହା ଆଦୌ ନୂଆ ନୁହେଁ। ପାଟନା ବୈଠକ ଦିନ ମଧ୍ୟ ସେମାନେ କଂଗ୍ରେସ ବିରୋଧରେ ମତ ରଖିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପର୍କ ବିଜେପି ସହ ରହିଛି। ମୂଳ କଥା ହେଲା ସେ(କେଜ୍ରିୱାଲ) ଜେଲ ଯିବାକୁ ଚାହୁଁ ନାହାନ୍ତି। ଦୁର୍ନୀତି କରିବା ଦିନ ଠାରୁ ସେ ଏହାର ପ୍ରସ୍ତୁତି ଆରମ୍ଭ କରିଥିଲେ।” ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ସେଠାରେ ମଧ୍ୟ ଆପ୍ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛି। ଏଥିପାଇଁ କେଜ୍ରିୱାଲ ଦଳ ପାଇଁ ପ୍ରଚାର କରିବାକୁ ଯାଇଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ସମାଲୋଚନା କରିଥିଲେ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..