ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତି ଜୋ ବାଇଡେନ ରବିବାର ଟ୍ବିଟ୍ କରି କହିଛନ୍ତି ଯେ, ଭାରତ-ଆମେରିକା ବନ୍ଧୁତ୍ବ ବିଶ୍ବରେ ଅତ୍ୟନ୍ତ ଫଳପ୍ରଦ ଓ ଘଟଣାବହୁଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ରାଷ୍ଟ୍ରୀୟ ଗସ୍ତ ଅବସରରେ ଦୁଇ ଦେଶର ରଣନୈତିକ ବୈଷୟିକ ଅଂଶୀଦାରିତ୍ବକୁ ଆଗକୁ ବଢ଼ାଇବା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ବାଇଡେନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ମୋଦୀ ଟ୍ବିଟ୍ କରିଛନ୍ତି, ମୁଁ ଆପଣଙ୍କ ସହ ଏକମତ। ଭାରତ-ଆମେରିକା ବନ୍ଧୁତ୍ବ ହେଉଛି ଏକ ଶକ୍ତି ଯାହା ବିଶ୍ବ କଲ୍ୟାଣରେ ସହାୟକ ହେବ ଏବଂ ପୃଥିବୀକୁ ଅଧିକ ସ୍ଥାୟୀ ବାସଯୋଗ୍ୟ ଗ୍ରହରେ ପରିଣତ କରିବ।






More Stories
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..