ରିପୋର୍ଟ କାର୍ଡ / କଟକ
ନୂଆ ନିର୍ମାଣ କରାଯାଇଥିବା କଂକ୍ରିଟ ବ୍ରିଜ୍ ଦେଇ ଆଜିଠୁ ବାବା ଧବଳେଶ୍ୱରଙ୍କ ପୀଠକୁ ଯାଇପାରିବେ ଶ୍ରଦ୍ଧାଳୁ। ବ୍ରିଜ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିଲେ ମଧ୍ୟ ଆଜିଠାରୁ ଭକ୍ତଙ୍କୁ ଛଡାଯିବା ନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଜୁନ ୩୦ ତାରିଖରେ ମହାନଦୀରେ ପାଣି ଆସିବାରୁ ଧବଳେଶ୍ୱର ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇ ଯାଇଥିଲା। ଯାହାଫଳରେ ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଶ୍ରଦ୍ଧାଳୁ। ଶ୍ରାବଣ ମାସ ଚାଲିଥିବାରୁ କାଉଡ଼ିଆ ଏବଂ ଶ୍ରଦ୍ଧାଳୁଙ୍କ ଙ୍କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରିଜ୍ ରାସ୍ତା ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। କାମ ସମ୍ପୂର୍ଣ୍ଣ ହେଲେ ସେତୁର ଲୋକାର୍ପଣ କରାଯିବ ବୋଲି ସୂଚନା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।






More Stories
ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ୍…..
ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!…..
ଆମ ବସ୍’ ଯାତ୍ରା ମାଗଣା…..