ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ହୋମ୍ସ ଗ୍ରୁପରେ ଇନ୍କମ୍ ଟ୍ୟାକ୍ସ ରେଡ୍ ହୋଇଛି। ପୋଷ୍ଟାଲ କଲୋନୀ ସମେତ ୨୦ ସ୍ଥାନରେ ରେଡ୍ ଜାରିରହିଛି । ଟିକସ ଫାଙ୍କିବା ଅଭିଯୋଗରେ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି। ବ୍ୟବସାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ସମେତ କଂପାନୀର ବରିଷ୍ଠ ଅଧିକାରୀ ଓ ନିକଟ ସର୍ମ୍ପକୀୟଙ୍କ ଘରେ ବି ରେଡ୍ କରାଯାଇଥିବା ସୂଚନା ମିଳିଛି।ବ୍ୟବସାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ସମେତ କଂପାନୀର ବରିଷ୍ଠ ଅଧିକାରୀ ଓ ନିକଟ ସର୍ମ୍ପକୀୟଙ୍କ ଘରେ ବି ରେଡ୍ କରାଯାଇଥିବା ସୂଚନା ମିଳିଛି। ରେଡ୍ ବେଳେ ୟୁନିଟ୍-୪ ସ୍ଥିତ ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଜବତ ହୋଇଥିବା ସୂଚନା ମିଳିଛି। ଏହାସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..