ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜି-୨୦ର ଅଧ୍ୟକ୍ଷତାର ଏକ ଅଂଶ ଭାବରେ ଆଜି ବେଙ୍ଗାଲୁରୁରେ ସ୍ପେସ୍ ଇକୋନୋମି ଲିଡର୍ସ ମିଟିଂ (ମହାକାଶ ଅର୍ଥନୀତି ନେତୃତ୍ୱ ବୈଠକ)ର ଚତୁର୍ଥ ସଂସ୍କରଣ ଆରମ୍ଭ ହେବ। ଏହି ଦୁଇ ଦିନିଆ ବୈଠକରେ ମହାକାଶ ମିଶନ ଅର୍ଥନୀତିର ଅଂଶୀଦାର, ମହାକାଶ ଏଜେନ୍ସିର ଦାୟିତ୍ୱ ଏବଂ ମହାକାଶ ମିଶନରେ ସହଯୋଗିତା ଉପରେ ଆଲୋଚନା ହେବ। ଏକ ଦାୟିତ୍ବପୂର୍ଣ୍ଣ ଏବଂ ସ୍ଥାୟୀ ଢଙ୍ଗରେ ବିଶ୍ୱ ଅର୍ଥନୀତିରେ ମହାକାଶ ଅର୍ଥନୀତିର ଅଂଶକୁ ଉନ୍ନତ କରିବା ଉପରେ ଆଲୋଚନା ହେବ। ଆସନ୍ତାକାଲି ମହାକାଶ ସଂସ୍ଥାଗୁଡିକର ମୁଖ୍ୟମାନଙ୍କ ପାଇଁ ରାଉଣ୍ଡ ଟେବୁଲ୍ ବୈଠକ, ଦଳଗତ ଆଲୋଚନା, ଦ୍ୱିପାକ୍ଷିକ ବୈଠକ ଏବଂ ଏକ ସର୍ବଦଳୀୟ ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ, କେନ୍ଦ୍ର ବୈଦେଶିକ ବ୍ୟାପାର ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡଃ ରାଜକୁମାର ରଂଜନ ସିଂ, ଇସ୍ରୋ ଅଧ୍ୟକ୍ଷ ସୋମନାଥ ଏସ, ଇନ-ସ୍ପେସ ଅଧ୍ୟକ୍ଷ ଡକ୍ଟର ପୱନ ଗୋଏଙ୍କା, ଜି -20 ଶେର୍ପା ଅମିତାଭ କାନ୍ତ ଉପସ୍ଥିତ ରହିବେ। ଆସନ୍ତାକାଲି ଏହି ବୈଠକର ଉଦଘାଟନୀ କାର୍ଯ୍ୟକ୍ରମ। ଭାରତର ସଂସ୍କୃତି ଏବଂ ପରମ୍ପରାକୁ ପ୍ରତିନିଧିତ୍ୱ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବିଦେଶୀ ମାନ୍ୟଗଣଙ୍କ ପାଇଁ ଆୟୋଜିତ ହେବ। ଏହି ଅବସରରେ ଭାରତର ମହାକାଶ କାର୍ଯ୍ୟକଳାପ ଏବଂ ମହାକାଶ ଶିଳ୍ପଗୁଡିକର ସାମର୍ଥ୍ୟ ପ୍ରଦର୍ଶନ କରୁଥିବା ଏକ ପ୍ରଦର୍ଶନୀ ଆୟୋଜିତ ହେବ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..