Report Card Odisha

| Daily Odia News

ଡିଏନ ଗ୍ରୁପ ଚଢ଼ାଉରେ ନେତା-ପ୍ରଶାସକ ଛାନିଆ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡିଏନ୍ ଗ୍ରୁପ୍ ରେ ତୃତୀୟ ଦିନରେବି ଚଢ଼ାଉ ଜାରିରହିଛି | ରିଏଲ ଇଷ୍ଟେଟ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗ ଚଢ଼ଉ ବେଳେ ପ୍ରାୟ ୧୦୫କୋଟି ଟଙ୍କାର ଦେଣନେଣର ତଥ୍ୟ ମିଳିଥିବା ଜଣାପଡ଼ିଛି। ବୁଧବାର ଜବତ ହୋଇଥିବା ନଗଦ ୩୦କୋଟି ଟଙ୍କା କେଉଁ ସୂତ୍ରରୁ ଆସିଥିଲା ଓ ଏତେ ପରିମାଣର ନଗଦ ଅର୍ଥ କାହିଁକି ଘରେ ରହିଥିଲା ତା’ର ଖୋଳତାଡ଼ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୁବଶୀଘ୍ର ଏହି ମାମଲାକୁ ହାତକୁ ନେବ ବୋଲି ସୂଚନା ମିଳିଛି । ଏପଟେ ଡିଏନ୍ ଗ୍ରୁପରେ ପୁଞ୍ଜିନିବେଶ କରିଥିବା ୧୦ରୁ ୧୨ଜଣ ନେତା ଓ ପ୍ରଶାସକଙ୍କ ମଧ୍ୟରେ ଭୟ ପଶିଥିବା ଚର୍ଚ୍ଚା ହେଉଛି ।

Breaking News