Report Card Odisha

| Daily Odia News

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଆରମ୍ଭ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ମତଦାନ ସମୟରେ ହିଂସା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ , ଆଜି ପଞ୍ଚିମବଙ୍ଗର ୬୩୨୨୯ ପଞ୍ଚାୟତ, ୯୭୩୦ ପଞ୍ଚାୟତ ସମିତି, ୯୨୮ ଜିଲ୍ଲା ପରିଷଦ ପାଇଁ ଭୋଟିଂ । ୫ କୋଟି ୬୭ ଲକ୍ଷ ଭୋଟର ନିର୍ଦ୍ଧାରଣ କରିବେ ଭାଗ୍ୟ । ଆସନ୍ତା ଜୁଲାଇ ୧୧ ତାରିଖରେ ଘୋଷଣା ହେବ ଫଳାଫଳ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି। ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ବହୁ ମାତ୍ରାରେ ହିଂସାତ୍ମକ ଘଟଣା ଘଟିବା ସହ ଜୀବନ ହାନୀ ହେଉଥିବାରୁ ନିର୍ବାଚନ ଫଳାଫଳ ଘୋଷଣା ପରେ ବି ଆସନ୍ତା ୧୦ ଦିନ ପାଇଁ ରାଜ୍ୟରେ ମୁତୟନ ରହିବାକୁ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ପୂର୍ବରୁ ରାଜ୍ୟର ମୁର୍ଶିଦାବାଦ, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଦିନାଗଜପୁର, ମାଲଦା ଓ କୁଚବିହାର ଆଦି ଜିଲ୍ଲାରେ ନିର୍ବାଚନୀ ହିଂସାର ବହୁ ଘଟଣା ସାମନାକୁ ଆସିଛି।

Breaking News