ରିପୋର୍ଟ କାର୍ଡ / ଭୁବନେଶ୍ୱର
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡ଼ିଶାର ପ୍ରଦର୍ଶନ ହ୍ରାସ ପାଇ ୨୪ତମ ସ୍ଥାନରେ ରହିଛି। ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବା ବେଳେ ଏଥର ୧୪ଟି ସ୍ଥାନ ତଳକୁ ଖସିଛି | ଶିକ୍ଷାର ଗୁଣବତ୍ତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି, ଶିକ୍ଷକ ଶିକ୍ଷା ଓ ତାଲିମ ନେଇ ସାରା ଦେଶରେ କରାଯାଇଥିବା ସର୍ଭେରେ ଓଡ଼ିଶା ପଛରେ ରହିଛି। ବର୍ଷକ ମଧ୍ୟରେ ଶିକ୍ଷାରେ ଓଡ଼ିଶାର ପ୍ରଦର୍ଶନ ହ୍ରାସକୁ ନେଇ ଶିକ୍ଷାବିତ ମାନେ ଚିନ୍ତା ପ୍ରକଟ କରିଛନ୍ତି । ରାଜ୍ୟର ଜଗତସିଂହପୁର, କଟକ, ଭଦ୍ରକ, ଗଂଜାମ, ପୁରୀ ଓ ଖୋର୍ଦ୍ଧାର ଗ୍ରେଡ୍ ଅତି ଉତ୍ତମ ରହିଛି । ୨୨ଟି ଜିଲ୍ଲାର ଗ୍ରେଡ୍ ଉତ୍ତମ ରହିଛି। ରାୟଗଡ଼ା ଓ କୋରାପୁଟର ଗ୍ରେଡ୍ ରାଜ୍ୟରେ ସବୁଠାରୁ ତଳେ ରହିଛି। ଏହି ରିପୋର୍ଟ କୁ ନେଇ ବିରୋଧୀ ବିଜେପି-କଂଗ୍ରେସ 5T ଟ୍ରାନ୍ସଫରମେସନ୍ କୁ ନେଇ ପ୍ରଶ୍ନ ଉଠାଇଛନ୍ତି |






More Stories
ମାଟ୍ରିକ ପରୀକ୍ଷା ପାଇଁ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ….
ଆଜି ସୂର୍ଯ୍ୟୋପରାଗ…..
୮ରେ ସୁଭଦ୍ରା କିସ୍ତି…..