Report Card Odisha

| Daily Odia News

ଟ୍ରେନ୍‌ ଭଡ଼ାରେ ରିହାତି ଯୋଜନା ଘୋଷଣା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟ୍ରେନରେ ବସିବା ପାଇଁ ରହିଥିବା ସୁବିଧାର ସର୍ବୋତ୍ତମ ଉପଯୋଗକୁ ଦୃଷ୍ଟିରେ ରଖି, ସବୁ ଏସି ସିଟ୍‌ ଥିବା ଟ୍ରେନରେ ରିହାତି ଭଡ଼ା ଯୋଜନା କାର୍ଯ୍ୟକାରୀ କରିବା ଲାଗି ଜୋନ୍‌ ସ୍ତରୀୟ ରେଳବାଇକୁ କ୍ଷମତା ଦେବା ନିମନ୍ତେ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଅନୁଭୂତି ଓ ଭିଷ୍ଟାଡୋମ୍‌ କୋଚ୍‌ ସମେତ ଏସି ଯାତ୍ରା ସୁବିଧା ଥିବା ସବୁ ଟ୍ରେନର ଏସି ଚେୟାର କାର୍‌ ଏବଂ ଏଗ୍‌ଜିକ୍ୟୁଟିଭ୍‌ ଶ୍ରେଣୀରେ ମିଳିବ ରିହାତି ମିଳିବ । ମୂଳ ଭଡ଼ା ଉପରେ ସର୍ବାଧିକ ୨୫ % ପର୍ଯ୍ୟନ୍ତ ରିହାତି ସୁବିଧା ମିଳିବ। ଅନ୍ୟାନ୍ୟ ପ୍ରଯୁଜ୍ୟ ଶୁଳ୍କ ପୃଥକ ଭାବେ ଲାଗୁ ହେବ। ବିଗତ ୩୦ ଦିନ ମଧ୍ୟରେ ୫୦%ରୁ କମ୍‌ (ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କିମ୍ବା କିଛି ନିର୍ଦ୍ଦିଷ୍ଟ ପର୍ଯ୍ୟାୟ/ଭାଗରେ) ଯାତ୍ରୀ ଥିବା ଶ୍ରେଣୀର ଟ୍ରେନଗୁଡ଼ିକ ଉପରେ ବିଚାର କରାଯିବ। ରିହାତି ଦରକୁ ତତ୍କାଳ ପ୍ରଭାବରେ ଲାଗୁ କରାଯିବ। ତେବେ ପୂର୍ବରୁ ଟିକେଟ୍‌ ବୁକ୍‌ କରିସାରିଥିବା ଯାତ୍ରୀଙ୍କ ଭଡ଼ା ଫେରସ୍ତ କରାଯିବ ନାହିଁ। ଯେଉଁସବୁ ଟ୍ରେନରେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ ପାଇଁ ଫ୍ଲେକ୍ସି ଭଡ଼ା ଯୋଜନା ଲାଗୁ ହୋଇଥାଏ ଏବଂ ଯାତ୍ରୀ ସଂଖ୍ୟା କମ ଥାଏ, ସେଥିରେ ଯାତ୍ରୀଙ୍କ ସଂଖ୍ୟା ବଢ଼ାଇବା ଲାଗି ପଦକ୍ଷେପ ସ୍ୱରୂପ ପ୍ରାରମ୍ଭରେ ଫ୍ଲେକ୍ସି ଭଡ଼ା ଯୋଜନାକୁ ପ୍ରତ୍ୟାହାର କରାଯାଇପାରେ। ଛୁଟିଦିନ/ପର୍ବପର୍ବାଣୀ ସ୍ୱତନ୍ତ୍ର ଆଦି ଟ୍ରେନ୍‌ ଭାବେ ଚଳାଚଳ କରୁଥିବା ସ୍ୱତନ୍ତ୍ର ରେଳଗାଡ଼ି ପାଇଁ ଏହି ଯୋଜନା ପ୍ରଯୁଜ୍ୟ ହେବ ନାହିଁ। ଏହି ଯୋଜନାର ବ୍ୟବସ୍ଥା ୧ ବର୍ଷର ଅବଧି ପର୍ଯ୍ୟନ୍ତ ଲାଗୁ ହେବ ।

Breaking News