ରିପୋର୍ଟ କାର୍ଡ / ଭୁବନେଶ୍ବର
ଉଚ୍ଚଶିକ୍ଷା ବିଭାଗରେ ଖୋଲିବ ପେନସନ୍ ସେଲ । ଏହାଫଳରେ ଏଣିକି କର୍ମଚାରୀମାନେ ଅବସର ଗ୍ରହଣ କରିବା ଦିନ ହିଁ ସେମାନଙ୍କର ପେନସନ ପାଇ ପାରିବେ । ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କର୍ମଚାରୀଙ୍କର ପୂର୍ବରୁ ବାକିଥିବା ପେନସନ ମାମଲାର ସମାଧାନ ହୋଇ ପାରିବ । ୫ଟି ଉପକ୍ରମ ଅନୁସାରେ ସ୍ୱଚ୍ଛତା ଓ ଆନ୍ତରିକ ଭିତ୍ତିରେ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି । ଗତ ୯ ତାରିଖ ଦିନ ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଅବସରରେ ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଉଚ୍ଚଶିକ୍ଷାର ମାନବୃଦ୍ଧି କରାଯିବା ସହିତ ବିକାଶ, ବିଭିନ୍ନ ହେଡରେ ଥିବା ଅନୁଦାନ ରାଶି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସଠିକ୍ ଭାବେ ବିନିଯୋଗ କରାଯିବା, ନାକ୍ ରାଙ୍କିଂ, ଏନଆଇଆରଏଫରେ ଅଂଶଗ୍ରହଣ ଆଦି ବାବଦରେ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..