ରିପୋର୍ଟ କାର୍ଡ / ଭୁବନେଶ୍ବର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି | ବୈଠକରେ ମୋଟ ୯ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଥିବା ସୂଚନା ମିଳିଛି। ‘ଆମ ଗାଁ ଓ ଆମ ବିକାଶ’କୁ ସଂଶୋଧନ କରି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ କ୍ୟାବିନେଟ ମଞ୍ଜୁର କରିଛି। ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟକାରୀ ନୂଆ ଯୋଜନା କାର୍ଯ୍ୟକାରୀ ହେବ। ଆମ ଓଡ଼ିଶା ନବୀନ ଓଡ଼ିଶାରେ ୪ହଜାର କୋଟିର ବ୍ୟୟବରାଦ କରାଯାଇଛି। ପ୍ରତି ପଞ୍ଚାୟତ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଉକ୍ତ ଅର୍ଥରୁ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରୋତ୍ସାହନ କରାଯିବ। ଉପାସନାସ୍ଥଳୀରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ୧୦ଲକ୍ଷ ଖର୍ଚ୍ଚ କରିହେବ। ଆବଶ୍ୟକସ୍ଥଳେ ସରକାର ଏହି ସୀମାକୁ ପରିବର୍ତ୍ତନ କରିପାରିବେ ବୋଲି ସୂଚନା ମିଳିଛି। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ୮.୬୯୩ଏକର ମାଗଣା ଜମି। ଲମତାପୁଟ ଡିଗ୍ରୀ କଲେଜକୁ ମିଳିବ ୫ଏକର ଜମି। ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ କୁଇ ଭାଷାକୁ ସାମିଲ ପାଇଁ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି।






More Stories
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
୨୭ରୁ ପୁଣି ବଡ଼ ବର୍ଷା…..
ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ……