Report Card Odisha

| Daily Odia News

୨ ହାତୀଙ୍କ ମୃତ୍ୟୁ…..

ରିପୋର୍ଟ କାର୍ଡ / କେନ୍ଦୁଝର

ଟ୍ରେନ୍ ଧକ୍କାରେ ଦୁଇ ହାତୀଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଦୈତାରୀ ରେଞ୍ଜ ଆମ୍ବଧରା ନିକଟରେ ଘଟିଛି ଏ ଦୁର୍ଘଟଣା। ଗତକାଲି ବିଳମ୍ବିତ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଏହି ଦୁଇ ହାତୀଙ୍କ ମୃତ୍ୟୁ ଘଟିଛି। ଏକ ହାତୀପଲ ଟ୍ରେନ୍ ଲାଇନ୍ ପାର୍ ହେଉଥିବା ବେଳେ ମାଲବାହୀ ଟ୍ରେନଟି ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଦୁଇଟି ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଗୋଟିଏ ହାତୀ ଆହତ ହୋଇଥିବା ଜଣାପଡ଼ିଛି। ଆହତ ହାତୀଟି ଜଙ୍ଗଲ ଭିତରକୁ ପଳାଇଛି। ଖବର ଘଟଣାସ୍ଥଳରେ ଆନନ୍ଦପୁର ଡିଏଫଓଙ୍କ ସମେତ ଅନ୍ୟାନ୍ୟ ବନ କର୍ମଚାରୀ ପହଞ୍ଚି ଘଟଣାସ୍ଥଳରେ ଯାଞ୍ଚ କରୁଛନ୍ତି |

Breaking News