Report Card Odisha

| Daily Odia News

ଆଜି ଜିଏସଟି ପରିଷଦର ବୈଠକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ୫୦ତମ ବୈଠକ ବସିବ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଏଥିରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ପାଇଁ ଦାବିକୁ ପୁଣିଥରେ ଓଡ଼ିଶା ଦୋହରାଇବ ବୋଲି ସୂଚନା ମିଳିଛି। କେନ୍ଦୁପତ୍ର ଉପରେ ୧୮ପ୍ରତିଶତ ଜିଏସଟି ଲଗାଇବା ଜଙ୍ଗଲ ଅଧିକାର ଆଇନ-୨୦୦୬କୁ ଉଲ୍ଲଂଘନ କରୁଛି । ଦୀର୍ଘ ବର୍ଷଧରି କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ହଟାଇବାକୁ କେନ୍ଦ୍ର ପାଖରେ ଦାବି କରିଆସୁଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଛନ୍ତି।

 

Breaking News