ରିପୋର୍ଟ କାର୍ଡ / ଭୁବନେଶ୍ବର
ବର୍ତ୍ତମାନର ଡିଜିଟାଲ ସମୟରେ ଲୋକମାନେ ବାହାଘର ପାଇଁ ମାଟ୍ରିମୋନି ସାଇଟ୍ ରେ ଖୋଜୁଛନ୍ତି | ମାଟ୍ରିମୋନି ସାଇଟ୍ କିଛି ଲୋକମାନଙ୍କ ପାଇଁ ସୁବିଧା ଆଣିଦେଇଥିବା ବେଳେ ଏହାକୁ କିଛି ଲୋକେ ଠକେଇ ପାଇଁ ବ୍ୟବହାର କରୁଛନ୍ତି। ସମଗ୍ର ଭାରତରୁ ଏବେ ମାଟ୍ରିମୋନି ଠକେଇ ନେଇ ଅନେକ ଖବର ଆସୁଛି। ମାଟ୍ରିମୋନି ସାଇଟରେ ହେଉଥିବା ଠକେଇ ନେଇ ଓଡ଼ିଶା ପୋଲିସ ଲୋକମାନଙ୍କୁ ସତର୍କ କରାଇଛି। ମାଟ୍ରିମୋନି ସାଇଟରେ ଯଦି କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚାହୁଁଛନ୍ତି ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟାକଗ୍ରାଉଣ୍ଡ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ। ନିଜର ବ୍ୟକ୍ତିଗତ ଗୋପନୀୟତାକୁ ସଂଗେ ସଂଗେ ପ୍ରକାଶ କରନ୍ତୁ ନାହିଁ । ସଂପୃକ୍ତ ବ୍ୟକ୍ତିଙ୍କ କୌଣସି କଥାରେ ପ୍ରଲୋଭିତ ହୁଅନ୍ତୁ ନାହିଁ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..