ରିପୋର୍ଟ କାର୍ଡ / ଭୁବନେଶ୍ୱର
କୁଆଖାଇ ନଦୀରେ ବୁଡ଼ି ଗତକାଲିଠୁ ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତକଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ମୃତକମାନେ ହେଲେ ଆର୍ଯ୍ୟନ, ଅବିନାଶ, ରୋହିତ ଏବଂ ପ୍ରତୀକ। ଆର୍ଯ୍ୟନଙ୍କ ଘର ଜାମସେଦପୁରରେ ହୋଇଥିବା ବେଳେ ରୋହିତଙ୍କ ଘର ବାଲେଶ୍ୱରରେ । ଅବିନାଶ ଏବଂ ପ୍ରତୀକଙ୍କ ଘର କଟକରେ ବୋଲି ଜଣାଯାଇଛି। ଅଗ୍ନିଶମବାହିନୀ, ଭୁବନେଶ୍ୱର ଷ୍ଟ୍ରାଇକିଂ ଫୋର୍ସ ଏବଂ ଓଡ୍ରାଫ୍ର ୩୦ ଜଣ ଉଦ୍ଧାରକାରୀ ଟିମ୍ ସହାୟତାରେ ୨ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ୨ ଜଣ ସ୍କୁବା ଡାଇଭର ମଧ୍ୟ ସାମିଲ ହୋଇଥିଲେ । ଉଲ୍ଲେଖ ଯୋଗ୍ୟ- ଗତକାଲି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାସ୍ଥିତ ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ୮ ଛାତ୍ର ସାଙ୍ଗ ଧବଳହାର ନିକଟକୁ ଭୋଜି କରିବାକୁ ଯାଇଥିଲେ। ଭୋଜି ଚାଲିଥିବା ସମୟରେ ସେମାନେ ଗାଧୋଇବାକୁ ନଦୀକୁ ଯାଇଥିଲେ। ନଦୀରେ ବର୍ଷା ପାଣି ପୂରିଥିବାରୁ ସାମାନ୍ୟ ସୁଅ ମଧ୍ୟ ଥିଲା। କୌଣସି କାରଣରୁ ୮ ଜଣ ଗାଧୋଉଥିବା ବେଳେ ସେଥିରୁ ୪ ଜଣ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଖୋଜାଖୋଜି କରିଥିଲେ। ହେଲେ ପାଣିରୁ କାହାରି ବି ପତ୍ତା ନ ପାଇବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।






More Stories
ଓଡ଼ିଶାକୁ ମିଳିବ ବଡ଼ ଫାଇଦା…..
କିନ୍ନରଙ୍କୁ ହତ୍ୟା ଘଟଣା:ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରେ ବସିଲେ କିନ୍ନର…..
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..