Report Card Odisha

| Daily Odia News

ଆଜି ନବ ଦାସ ହତ୍ୟା ମାମଲାର ଶୁଣାଣି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଶୁଣାଣି ଆରମ୍ଭ ହୋଇଛି। ଆଜି ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ୱାର ଜେଲରୁ ଆଣି ଝାରସୁଗୁଡାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। ଗୋପାଳ ଦାସକୁ ଓଏସଏପି ବାଟାଲିଅନରୁ ଜେଏମଏଫସିଙ୍କ ଅଦାଲତକୁ ଅଣାଯାଇଥିଲା। ଜେଏମଏଫସିଙ୍କ ଅଦାଲତରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ ଅନୁଯାୟୀ ଅଭିଯୁକ୍ତ ଗୋପାଳ ବିରୋଧରେ ଚାର୍ଜଫ୍ରେମ ଶେଷ ହୋଇଛି। ମାମଲାର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ମାତ୍ର ୧୦ ମିନିଟରେ ଅଭିଯୁକ୍ତ ଗୋପାଳର ଏହି ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଶୁଣାଣି ତାରିଖ ଧାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଜାନୁଆରି ୨୯ ତାରିଖରେ କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରିଥିଲା।

Breaking News