Report Card Odisha

| Daily Odia News

ବିପଦ ସଙ୍କେତ ଟପୁଛି ଯମୁନା ନଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୧୯୭୮ ମସିହାରେ ଅର୍ଥାତ୍‌ ୪୫ ବର୍ଷ ତଳେ ଯମୁନା ନଦୀର ଜଳସ୍ଥର ରେକଡ଼ ଭାଙ୍ଗିଛି | ଯମୁନା ନଦୀର ଜଳସ୍ତର ୨୦୮.୪୮ ମିଟର୍‌କୁ ବୃଦ୍ଧି ପାଇଥିବାରୁ ଦିଲ୍ଲୀର ପ୍ରସିଦ୍ଧ ‘ଇଣ୍ଡିଆ ଗେଟ୍‌’ ଅଞ୍ଚଳ ଜଳର୍ଣ୍ଣବ ହୋଇ ପାରେ ବୋଲି ଗଣମାଧ୍ୟମ ରିପୋର୍ଟ କରିଛି। ଦିଲ୍ଲୀର ଲାଲ୍‌ କିଲ୍ଲା ଓ ପୁରୁଣା ସଚିବାଳୟରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ଯମୁନା ନଦୀଠାରୁ ମାତ୍ର ୩/୪ କିଲୋମିଟର୍‌ ଦୂରରେ ଥିବା ‘ଇଣ୍ଡିଆ ଗେଟ୍‌’ ଗେଟ୍‌ରେ ବନ୍ୟାଜଳ ପ୍ରବେଶ କରିବାକୁ ବେଶୀ ସମୟ ନ ଲାଗି ପାରେ। ସୂଚନାଯୋଗ୍ୟ, ଚଳିତ ବର୍ଷ ଉକ୍ତ ରେକର୍ଡ ଭାଙ୍ଗି ବନ୍ୟାଜଳ ଦିଲ୍ଲୀ ସହର ଭିତରକୁ ପ୍ରବେଶ କରି ବିଭିନ୍ନ ପ୍ରାନ୍ତକୁ ଜଳମଗ୍ନ କରିଛି। ଅନେକ ସ୍ଥାନରେ ପାଣି ଜମି ରହି ପରିସ୍ଥିତିକୁ କଦର୍ଯ୍ୟ କରିପକାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବାସଭବନଠାରୁ ମାତ୍ର ୫୦୦ ମିଟର୍‌ ଦୂର ସିଭିଲ୍‌ ଲାଇନ୍‌ ଅଞ୍ଚଳରେ ଥିବା ରିଙ୍ଗ୍‌ ରୋଡ୍‌ରେ ବି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି, କେଜ୍ରିୱାଲ୍‌ଙ୍କ ଦିଲ୍ଲୀ ସେକ୍ରେଟେରିଏଟ୍‌ ହାଉସିଙ୍ଗ୍‌ ଅଫିସ୍‌, ତାଙ୍କ କ୍ୟାବିନେଟ୍‌ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବାସଭବନରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ କହିଛନ୍ତି, ଜଳସ୍ତର ହ୍ରାସ ପାଇଁ ଉଦ୍ୟମ ଚାଲିଛି ଏବଂ ୨ ଦିନ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ଅତ୍ୟାବଶ୍ୟକ ନ ଥିଲେ ଘରୁ ନ ବାହାରି ‘ଘରେ ରହି କାମ କରିବାକୁ’ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

Breaking News