Report Card Odisha

| Daily Odia News

ଏଏସଓ ଅନିୟମିତତା ମାମଲାର ଶୁଣାଣି ଶେଷ…..

ରିପୋର୍ଟ କାର୍ଡ / କଟକ

ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏଏସଓ ପରୀକ୍ଷା ଅନିୟମିତତା ମାମଲାର ଶୁଣାଣି ଶେଷ ହୋଇଛି। ଆଜି ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ଓଡ଼ିଶା ଉଚ୍ଚନ୍ୟାୟାଳୟ। ଓପିଏସସି ଦ୍ୱାରା ପ୍ରକାଶିତ ମେରିଟ ଲିଷ୍ଟକୁ ହାଇକୋର୍ଟରେ ରିଟ୍ ଓ ରିଭ୍ୟୁ ଆବେଦନର ଶୁଣାଣି ଶେଷ ରାୟ ସଂରକ୍ଷିତ ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ହାଇକୋର୍ଟ ଏଏସଓ ଲିଖିତ ପରୀକ୍ଷା ମେରିଟ୍ ଖାରଜ କରି ପୁନଃ ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବଳବତ୍ତର ରହିଥିବା ବେଳେ ପୁଣି କିଛି ପରୀକ୍ଷାର୍ଥୀ ନିର୍ଦ୍ଦେଶକୁ ରିଭ୍ୟୁ କରିବା ପାଇଁ ହାଇକୋର୍ଟରେ ଦୁଇଟି ଆବେଦନ ହୋଇଥିଲା।

Breaking News