Report Card Odisha

| Daily Odia News

ସରକାରଙ୍କ ଉପରେ ବର୍ଷିଲେ ସୌମ୍ୟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୁଣି ଚର୍ଚ୍ଚାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ | ଶାସକ ଦଳରେ ରହି ସରକାଙ୍କୁ ଟାର୍ଗେଟ କରିଥାନ୍ତି | କେବେ ବିରୋଧୀଙ୍କ ସ୍ଵରେ ସ୍ୱରରେ ସ୍ୱର ମେଳେଇ ତ ଆଉ କେବେ ଆମଘର ହାଲଚାଲରେ | ଛାତ୍ର ସଂସଦ ନିର୍ବାଚନକୁ ନେଇ ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୌମ୍ୟ | କହିଛନ୍ତି ନେତା ତିଆରି କାରଖାନାକୁ କାହିଁକି ବନ୍ଦ କରିଛନ୍ତି ସରକାର | ଏହାକୁ ନେଇ ଛାତ୍ର ରାଜନୀତି ସରଗରମ ହୋଇଛି। ଆଉ ସୌମ୍ୟଙ୍କ ସହି ସ୍ୱର ମିଳାଇଛନ୍ତି ବିରୋଧୀ ABVP ଓ ଛାତ୍ର କଂଗ୍ରେସ। ବାରିପଦା ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୬ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ପ୍ରତ୍ୟେକ ସଫଳ ମଣିଷ ନିଜ ଛାତ୍ର ଜୀବନରେ ବିଶ୍ୱବିଦ୍ୟାଳୟ ସ୍ତରରେ ଅନେକ କ୍ରାନ୍ତିକାରୀ ସଂଗ୍ରାମରେ ନିଜକୁ ସାମିଲ କରିଥିବା ଦେଖିବାକୁ ମିଳିଛି। ଛାତ୍ର ସଭାପତି ଓ ସମ୍ପାଦକ ଭାବେ ନିର୍ବାଚିତ ହୋଇ ଅନୁଷ୍ଠାନର ଗୋଟିଏ କାର୍ଯ୍ୟକ୍ରମ କରିବା ଦ୍ୱାରା ନେତୃତ୍ୱର ବିକାଶ ହୋଇଥାଏ। ଗଣତନ୍ତ୍ରର ଅଭ୍ୟାସ ଆସେ। କିନ୍ତୁ ଆଜି କାଲି ସରକାରମାନେ ଛାତ୍ର ସଂଘ, ଛାତ୍ର ୟୁନିଅନ୍‌ ଓ ଛାତ୍ର ନେତାମାନଙ୍କୁ କେଜାଣି କାହିଁକି ଡରୁଛନ୍ତି? ସେମାନେ ଡରୁଛନ୍ତି, ଅବା ଛାତ୍ରମାନେ ସେମାନଙ୍କ ଅନୁଷ୍ଠାନକୁ କିଭଳି ଶୃଙ୍ଖଳିତ ଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପରିଚାଳିତ କରିପାରିବେ ସେ ସମ୍ପର୍କରେ କହିବା ପାଇଁ ସାହସ କରିପାରୁନାହାନ୍ତି। ତେଣୁ ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି ନାଁରେ ନିର୍ବଚନ କରାଇବା ନାହିଁ। ଏହାଦ୍ୱାରା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୋଟିଏ ବିରାଟ ବଡ଼ କ୍ଷତି ହେଉଛି। ଛାତ୍ରମାନେ ଯଦି ତାଙ୍କ ଛାତ୍ର ଜୀବନରୁ ଗଣତନ୍ତ୍ରର ସର୍ବନିମ୍ନ ପଦ୍ଧତ୍ତି ସମ୍ପର୍କରେ ସଚେତନ ନହେବା, ତାହାହେଲେ ସେମାନେ ଆଗକୁ କେମିତି ଗଣତନ୍ତ୍ର ଦେବାରେ ପାରଙ୍ଗମ ହେବେ? ତେଣୁ ଆଗାମୀ ଦିନରେ ନେତୃତ୍ୱର ସଙ୍କଟ ଦେଖାଦେବ ବୋଲି ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି।

Breaking News