ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଉଜ୍ଜଲ ଭୂୟାଁ ଏବଂ ଜଷ୍ଟିସ ଏସ.ଭେଙ୍କଟନାରାୟଣ ଭଟ୍ଟୀ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ତାଙ୍କୁ ଶପଥ ପାଠ କରାଇଛନ୍ତି। ବିଚାରପତି ଶ୍ରୀ ଭୂୟାଁ ଅଗଷ୍ଟ ୨, ୨୦୨୯ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେ ପୂର୍ବରୁ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ସେହିପରି ବିଚାରପତି ଶ୍ରୀ ଭଟ୍ଟୀ ୬ ମେ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେ ପୂର୍ବରୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଏହି ଦୁଇ ନୂଆ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟରେ ସମୁଦାୟ ବିଚାରପତିଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..