Report Card Odisha

| Daily Odia News

ବିରୋଧୀ ଦଳ ବୈଠକରେ ଯୋଗଦେବେ ଶରଦ ପାୱାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବେଙ୍ଗାଲୁରୁରେ ବସିବାକୁ ଥିବା ୟୁପିଏ ବୈଠକରେ ଯୋଗଦେବେ ଏନସିପି ସୁପ୍ରିମୋ ଶରଦ ପାୱାର। ୨୪ ଟି ବିରୋଧୀ ଦଳ ସହ ଏନସିପି ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବା ନେଇ ସୂଚନାମିଳିଛି । ଆଜି ବେଙ୍ଗାଲୁରୁରେ ଏକ ଅନୌପଚାରିକ ଆଲୋଚନା ହେବ | ଆସନ୍ତାକାଲି ଆନୁଷ୍ଠାନିକ ଭାବେ ବିରୋଧୀ ଦଳ ମଧ୍ୟରେ ଏକ ବୈଠକ ବସିବ। ଏହି ବୈଠକରେ ଏନିସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ଯୋଗଦେବେ। ଏହା ପୂର୍ବରୁ ଯୋଗଦେବାକୁ ଥିବା ୨୪ ବିରୋଧୀ ଦଳକୁ ନେଇ ଆଜି ଏକ ରାତ୍ର ଭୋଜନର ଆୟୋଜନ କରାଯାଇଛି। ଶରଦ ପାୱାର କିନ୍ତୁ ଏହି ରାତ୍ର ଭୋଜନରେ ଉପସ୍ଥିତ ରହିବେ ନାହିଁ, ମଙ୍ଗଳବାର(ଜୁଲାଇ 18)ରେ ଥିବା ବୈଠକରେ ଉପସ୍ଥିତ ରହିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ବିରୋଧୀଦଳର ନେତାମାନେ ସେମାନଙ୍କ ମତଭେଦକୁ କିପରି ଦୂର କରିବେ ସେନେଇ ଆଲୋଚନା କରିବେ ଏବଂ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଏକ ମିଳିତ ସାମ୍ମୁଖ୍ୟ ଗଠନ କରିବେ ବୋଲି ଆଶା କରାଯାଉଛି।

Breaking News