ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୪ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ। ଆଜି କଂଗ୍ରେସ ନେତୃତ୍ୱରେ ବିଭିନ୍ନ ବିପକ୍ଷ ଦଳଙ୍କୁ ନେଇ ବୈଠକ ବସୁ ଥିବାବେଳେ ଆସନ୍ତାକାଲି ଶକ୍ତି ପ୍ରଦର୍ଶନ କରିବ ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସ । ଏଥିପାଇଁ ଆଞ୍ଚଳିକ ଦଳମାନଙ୍କୁ ନିମନ୍ତ୍ରଣ କରିଛି ଦଳ। ବିହାରର ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟିକୁ ମଧ୍ୟ ନିମନ୍ତ୍ରଣ ହୋଇଥିଲା। କିନ୍ତୁ ଏଥିପାଇଁ ସର୍ତ୍ତ ରଖିଛନ୍ତି ଚିରାଗ। ତାଙ୍କୁ NDA ରେ ଯୋଗଦେବାକୁ ହେଲେ ଗୋଟିଏ ରାଜ୍ୟସଭା ଏବଂ୬ଟି ଲୋକସଭା ଆସନ ଆବଶ୍ୟକ। ଏହି ସର୍ତ୍ତ ପୂରଣ ହେଲେ ସେ NDA ରେ ଯୋଗଦେବା ନେଇ ସ୍ପଷ୍ଟ କରିଛନ୍ତି ଚିରାଗ। ଗତକାଲି ପାଟନାରେ ବସିଥିବା ବୈଠକରେ ଚିରାଗ ଏହି ସର୍ତ୍ତ ରଖିଥିବା ଜଣାପଡ଼ିଛି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..