ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମାଜବାଦୀ ପାର୍ଟିର ବିଧାୟକ ଦାରା ସିଂ ଚୌହାନ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମୁଖ୍ୟାଳୟରେ ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ସିଂ ଚୌଧୁରୀ ତାଙ୍କୁ ଦଳର ସଦସ୍ୟତା ଦେଇଛନ୍ତି। ଏହାପୂର୍ବରୁ ସେ ଉତ୍ତରପ୍ରଦେଶ ବିଧାନସଭାର ବାଚସ୍ପତି ସତୀଶ ମହାନାଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଦାରା ସିଂ ଚୌହାନ ଏସପି ଟିକେଟରେ ମଉର ଘୋସି ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଶନିବାର ଇ-ମେଲ ମାଧ୍ୟମରେ ସେ ତାଙ୍କ ଇସ୍ତଫାପତ୍ର ପଠାଇଥିବା ଜଣାପଡ଼ିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….