ରିପୋର୍ଟ କାର୍ଡ / ଭୁବନେଶ୍ୱର
କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି | ଏନେଇ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକାର ପାଇବେ। ସୂଚନା ଅନୁସାରେ-ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ୨୦୧୮ ଜୁନ୍ ମାସରୁ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାରକୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଛି । ଏହି ରାଶିକୁ ବୃଦ୍ଧି ପାଇଁ ସାମ୍ବାଦିକମାନେ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ସ୍ୱାସ୍ଥ୍ୟବୀମା ରାଶି ୫ଲକ୍ଷ ଟଙ୍କାକୁ ବୃଦ୍ଧି ନିମନ୍ତେ ଘୋଷଣା କରିଛନ୍ତି ।






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..