ରିପୋର୍ଟ କାର୍ଡ / ବୌଦ୍ଧ
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ। ଜବତ ବାଲି ଗାଡ଼ିକୁ ଛାଡ଼ି ଦେବାକୁ ସେ ଏକ ଲକ୍ଷ ଟଙ୍କା ଅର୍ଥ ନେଉଥିବା ବେଳେ ଧରାପଡ଼ିଛନ୍ତି। ଶରତ ବେହେରା ନାମକ ଜଣେ ବ୍ୟକ୍ତି ହରଭଙ୍ଗାର ବାଲିଘାଟ ଠିକା ନେଇଛନ୍ତି। ତାଙ୍କର ଏକ ବାଲି ଗାଡ଼ିକୁ କୌଣସି କାରଣରୁ ପୋଲିସ ଧରିଥିଲା ଓ ତାକୁ ଜବତ କରି ହରଭଙ୍ଗା ଥାନାରେ ରଖାଯାଇଥିଲା। ସେହି ଗାଡ଼ିକୁ ଛାଡ଼ିବା ପାଇଁ ଆଇଆଇସି ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ। ଗତକାଲି ଶରତ ୮୦ ହଜାର ଟଙ୍କା ନେଇ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଦେଇଥିଲେ। କିନ୍ତୁ ୮୦ ହଜାର ଟଙ୍କା ହବନି ବୋଲି ସେ କହିଥିଲେ। ସେଥିରେ ଆଉ ୨୦ ହଜାର ଟଙ୍କା ମିଶାଇ ଶୁକ୍ରବାର ଦିଅନ୍ତୁ ବୋଲି ଶରତଙ୍କୁ ଆଇଆଇସି କହିଥିଲେ। ଶରତ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ। ଆଜି ଶରତଙ୍କ ଠାରୁ ଆଇଆଇସି ପୁଷ୍ପଲତା ରାଉତରାୟ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ବ୍ରହ୍ମପୁର ଓ ବୌଦ୍ଧର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ ବୋଲି ଜଣାପଡ଼ିଛି। ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଭିଜିଲାନ୍ସ କର୍ମଚାରୀମାନେ ଫୁଲବାଣୀ ନେଇଛନ୍ତି।






More Stories
ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ……
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ……
ବିଜେଡି ଅଛି,ରହିବ:ଶହେ ବର୍ଷ ରହିବ-ନବୀନ…..