ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ଶ୍ରୀଲଙ୍କା ସହ ୟୁପିଆଇ ମାଧ୍ୟମରେ ପେମେଣ୍ଟ ହୋଇପାରିବ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ଉପସ୍ଥିତିରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନେକ ଚୁକ୍ତି ବିନିମୟ ହୋଇଛି। ଏହି ଚୁକ୍ତିନାମା ମଧ୍ୟରୁ ଗୋଟିଏ ହେଉଛି ଶ୍ରୀଲଙ୍କାରେ ୟୁପିଆଇ ସ୍ବୀକୃତି ପାଇଁ ଏକ ନେଟୱାର୍କ-ଟୁ-ନେଟୱାର୍କ ଡିଲ ମଧ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ପରେ ଅଥନୈତିକ ଭାଗିଦାରୀକୁ ବିସ୍ତାର କରିବା ପାଇଁ ଭାରତ ଏବଂ ଶ୍ରୀଲଙ୍କା ଶୁକ୍ରବାର ଏକ ଉଚ୍ଚାଭିଳାଷୀ ଦଲିଲ ଗ୍ରହଣ କରିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଆମେ ଆମର ଅର୍ଥନୈତିକ ଭାଗିଦାରୀ ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ ଗ୍ରହଣ କରିଛୁ। ଏହି ଦୃଷ୍ଟିକୋଣ ହେଉଛି ଦୁଇ ଦେଶର ଲୋକଙ୍କ ମଧ୍ୟରେ ସାମୁଦ୍ରିକ, ବାୟୁ, ଶକ୍ତି ଏବଂ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗକୁ ମଜବୁତ କରିବା।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..