Report Card Odisha

| Daily Odia News

ଆଇଏଏସ୍‌ ଅଧିକାରୀ ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଛତିଶଗଡ କୋଇଲା ଦୁର୍ନୀତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ ଆଇଏଏସ୍‌ ଅଧିକାରୀ ରାନୁ ସାହୁଙ୍କୁ ଗିରଫ କରିଛି। ଗିରଫ ପରେ ସ୍ବତନ୍ତ୍ର ଅଦାଲତ ତାଙ୍କୁ ୩ଦିନ ପାଇଁ ଇଡି ହାଜତକୁ ପଠାଇ ଦେଇଛନ୍ତି। ଇଡି ଓକିଲ ସୌରଭ ପାଣ୍ଡେ କହିଛନ୍ତି ଯେ ଆଇଏଏସ୍‌ ରାନୁ ସାହୁ ୮୦୦ କୋଟି ଟଙ୍କାର କୋଇଲା ଦୁର୍ନୀତିରେ ସମ୍ପୃକ୍ତି ନେଇ ତଦନ୍ତରୁ ଜଣାପଡିଛି। ରାନୁ ହେଉଛନ୍ତି ୨୦୧୦ ବ୍ୟାଚ ଛତିଶଗଡ କ୍ୟାଡର ଓଡିଆ ଆଇଏଏସ୍‌। ଗତବର୍ଷ ଏହି ଦୁର୍ନୀତି ଅଭିଯୋଗରେ ଅନ୍ୟତମ ଆଇଏଏସ୍‌ ସମୀର ବିଷ୍ଣୋଇଙ୍କୁ ଇଡି ଗିରଫ କରିଥିଲା। ସମୀର ସେବେଠାରୁ ଜେଲ୍‌ରେ ଅଛନ୍ତି।

Breaking News