ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖୋର୍ଦ୍ଧା ଜିଲ୍ଲା ପିତାପଲୀଠାରେ ଗାଡ଼ି ସ୍କ୍ରାପିଂ ୟୁନିଟ୍ ଆରମ୍ଭ ହେବ। ଆଜି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହାକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି । ପ୍ରଥମ ପର୍ଯ୍ୟାୟରେ ପୋଲିସ୍ ଓ ଅଗ୍ନିଶମ ବିଭାଗର ୩୨୩ଟି ଗାଡ଼ି ସ୍କ୍ରାପ ପାଇଁ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି । ଏହା ପରେ ତାଲିକାଭୁକ୍ତ ହୋଇଥିବା ବିଭିନ୍ନ ବିଭାଗର ସରକାରୀ ଗାଡ଼ି ସ୍କ୍ରାପିଂ ପାଇଁ ଅଣାଯିବ । ଏହି ୟୁନିଟରେ ଦୈନିକ ୫୦ଟି ଗାଡ଼ି ସ୍କ୍ରାପିଂ ହୋଇପାରିବ । ୧୫ ବର୍ଷରୁ ଅଧିକ ସରକାରୀ ଓ ବାଣିଜ୍ୟିକ ଗାଡ଼ିର ସ୍କ୍ରାପିଂ କରାଯିବ ବୋଲି ସରକାରଙ୍କ ନିଷ୍ପତ୍ତି ନିଆଯାଇଛି । ତେବେ ଘରୋଇ ଗାଡ଼ିର ସ୍କ୍ରାପ୍ ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ତେବେ ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ୧୫ ବର୍ଷ ପୂରଣ କରିଥିବା ଗାଡ଼ିଗୁଡ଼ିକୁ ସ୍କ୍ରାପିଂ କରାଯିବ ।





More Stories
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..