Report Card Odisha

| Daily Odia News

ଦାଦା- ପୁତୁରା ମୁହାଁମୁହିଁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦାଦା ପଶୁପତି ପାରସ ଓ ପୁତୁରା ଚିରାଗ ପାଶୱାନ ମୁହାଁମୁହିଁ ହୋଇଛନ୍ତି। ହାଜିପୁର ଲୋକସଭା କ୍ଷେତ୍ରକୁ ନେଇ ପୁଣି ଥରେ ଉଭୟ ଙ୍କ କଳି ସାମ୍ନାକୁ ଆସିଛି | ଗତ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନେତା ଚିରାଗ ପାଶୱାନ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ସମୟରେ ହାଜିପୁର ସିଟ୍‌ରୁ ଛିଡ଼ା ହେବାକୁ ଘୋଷଣା କରିଛନ୍ତି। ହେଲେ ହାଜିପୁର ସିଟ୍‌ରୁ ଏବେ ଏମପି ଥିବା ପଶୁପତି ପାରସ ଏହାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ହାଜିପୁର ସ୍ୱର୍ଗତ ରାମ ବିଳାସ ପାଶୱାନଙ୍କ ଗଡ଼ ହୋଇଥିବାରୁ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ହିସାବରେ ସେଥିରୁ ସେ ହିଁ ଲଢ଼ିବେ ବୋଲି ଚିରାଗ ଘୋଷଣା କରିଛନ୍ତି। ମାତ୍ର ପାରସ ବି ଉକ୍ତ ଲୋକସଭା ସିଟ୍‌ରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଚିରାଗଙ୍କ ଦାବିକୁ ଖଣ୍ଡନ କରି ପାରସ କହିଛନ୍ତି, ହାଜିପୁର ସିଟ୍‌ର ସେ ହିଁ ଉପଯୁକ୍ତ ଦାବିଦାର। ଏଥିନିମନ୍ତେ ତାଙ୍କୁ ଭାଜପାର ସମର୍ଥନ ମିଳିଛି। କାରଣ ଚିରାଗ ଏ ପର୍ଯ୍ୟନ୍ତ ଏନଡିଏର ଅଙ୍ଗ ନୁହନ୍ତି। କାରଣ କିଛି ଦିନ ପୂର୍ବେ ସଂସଦରେ ହୋଇଥିବା ଏନଡିଏ ସାଂସଦଙ୍କ ବୈଠକରେ ଚିରାଗଙ୍କୁ ସାମିଲ କରାଯାଇ ନ ଥିଲା। ଏହାର ସଫେଇ ଦେଇ ଚିରାଗ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ମୋ ସମ୍ପର୍କ ଖୁବ୍‌ ମଧୁର। କିଛି ବର୍ଷ ଧରି ଉପନିର୍ବାଚନ ବେଳେ ଏନଡିଏରେ ନ ଥାଇ ବି ମୁଁ ଭାଜପା ପାଇଁ ପ୍ରଚାର କରିଛି। ଚିରାଗ କହିଛନ୍ତି, ପିତାଙ୍କ ମୃତ୍ୟୁ ପରେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ମୋତେ ଆଶ୍ୱାସନା ଦେଇଥିଲେ। ତେଣୁ ଏନଡିଏରେ ସାମିଲ ହେବା ପୂର୍ବରୁ ବି ମୁଁ ତାଙ୍କ ବିରୋଧରେ କେବେ କିଛି ଅଭିଯୋଗ କରିନି ।

Breaking News