ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁର ହିଂସାକୁ ନେଇ ବିରୋଧୀ ଓ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଛି। ଗତ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁର ଘଟଣାକୁ ନେଇ ଗୃହରେ ଅଚଳାବସ୍ଥା ଲାଗି ରହିଛି। ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରି INDIA ମେଣ୍ଟରେ ଥିବା ସାଂସଦମାନେ ଗତ ରାତିରେ ପାର୍ଲାମେଣ୍ଟ ସମ୍ମୁଖରେ ଧାରଣାରେ ବସିଛନ୍ତି। ମଣିପୁର ଘଟଣା ଉପରେ ବିରୋଧୀମାନେ ପ୍ରଧାନମନ୍ତ୍ରୀଙ୍କ ବିବୃତି ସହ ବିସୃତ ଆଲୋଚନା ଦାବି କରି ବିରୋଧୀ ଦଳର ସାଂସଦମାନେ ଏହି ଧାରଣା ଚାଲୁ ରଖିଛନ୍ତି। ହାତରେ ‘India for Manipur’, ପ୍ଲାକାର୍ଡ ଧରି କଂଗ୍ରେସ, ଆପ୍, ଟିଏମ୍ସିର ସାଂସଦମାନେ ଗତକାଲି ରାତି ସାରା ସଂସଦ ପରିସରରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିରହିଥିଲେ | ରାଜ୍ୟସଭା ଏମ୍ପି ସଞ୍ଜୟ ସିଂଙ୍କୁ ସସ୍ପେଣ୍ଡ କରାଯିବା ଘଟଣାକୁ ମଧ୍ୟ ଉପସ୍ଥିତ ସାଂସଦମାନେ ପ୍ରତିବାଦ କରୁଥିବା ଟିଏମ୍ସିର ପ୍ରବକ୍ତା ସକେତ ଗୋଖଲେ କହିଛନ୍ତି । ଏହା ପରେ ଆଜି ସକାଳେ ବିଜେପି ପାର୍ଲାମେଣ୍ଟାରୀ ପାର୍ଟି ବୈଠକ ଡ଼ାକିଥିବା ଜଣାପଡିଛି |






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……