Report Card Odisha

| Daily Odia News

ଇମ୍ରାନ ଖାନଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଜାରି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାର ଜାରି କରିଛନ୍ତି ନିର୍ବାଚନ କମିଶନ । ଗୋଟିଏ ଅବମାନନା ମାମଲାରେ ପାକିସ୍ତାନ-ତେହେରିକ-ଇ-ଇନସାଫ ଦଳର ମୁଖ୍ୟ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ଇସିପି ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ମଙ୍ଗଳବାର ସୁଦ୍ଧା ଗିରଫ କରି ହାଜର କରାଇବାକୁ କମିଶନ ଇସଲାମାବାଦ ପୋଲିସକୁ କହିଛନ୍ତି। ଇମ୍ରାନଙ୍କ ବ୍ୟତୀତ ପାକିସ୍ତାନର ପୂର୍ବତନ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ଓ ପିଟିଆଇର ଅନେକ ନେତା ମୁଖ୍ୟ ନିର୍ବାଚନ କମିଶନ ଓ ଇସିପି ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ। ଏଥିପାଇଁ ସେମାନଙ୍କ ବିରୋଧରେ ଅବମାନନା ମାମଲା ହୋଇଥିଲା। ୱାରେଣ୍ଟରେ କୁହାଯାଇଛି ଯେ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଇମ୍ରାନ ଖାନ ଇସିପି ନିକଟରେ ହାଜର ହୋଇ ନାହାନ୍ତି। ତାଙ୍କ ବିରୋଧରେ ଜାନୁଆରୀର ୧୬ ଓ ମାର୍ଚ୍ଚ ୨ରେ ଜାମିନଯୁକ୍ତ ପରୱାନା ମଧ୍ୟ ଜାରି କରାଯାଇଥିଲା। ତଥାପି ସେ ଗୋଟିଏ ଥର ବି ଇସିପି ନିକଟରେ ହାଜର ହୋଇ ନାହାନ୍ତି। ତେଣୁ ଇସିପି ଇସଲାମାବାଦ ଆଇଜିଙ୍କୁ ଇମ୍ରାନ ଖାନଙ୍କୁ ଗିରଫ କରି ଜୁଲାଇ ୨୫ ତାରିଖ ସକାଳ ୧୦ଟା ସୁଦ୍ଧା ହାଜର କରାଇବାକୁ କହିଛନ୍ତି। ଗତବର୍ଷ ଇମ୍ରାନ ଖାନ ଓ ପିଟିଆଇର ୨ ଜଣ ପୂର୍ବତନ ନେତାଙ୍କ ବିରୋଧରେ ନିର୍ବାଚନ କମିଶନ ଅବମାନନା ମାମଲା ଆରମ୍ଭ କରିଥିଲେ।

Breaking News