Report Card Odisha

| Daily Odia News

ଓବାମାଙ୍କ ବାସଭବନ ନିକଟରୁ ରୋଷେୟାଙ୍କ ମୃତ ଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ମାର୍ଥାସ୍‌ ଭାଇନ୍‌ୟାର୍ଡ ବାସଭବନ ନିକଟ ଜଳାଶୟରୁ ଆଜି ତାଙ୍କ ବ୍ୟକ୍ତିଗତ ରୋଷେୟାଙ୍କ ଉଦ୍ଧାର କରାଯାଇଥିବା କଥା ‘ବ୍ଲୁମ୍‌ବର୍ଗ’ ରିପୋର୍ଟ କରିଛି। ରବିବାର ଦିନ ଟାଫାରି କ୍ୟାମ୍‌ବେଲ୍‌ ନାମକ ଉକ୍ତ ୪୫ ବର୍ଷିୟ ରୋଷେୟା ‘ପେଡ୍‌ଲ୍‌ ବ୍ରୋଡ୍‌’ ଦୁର୍ଘଟଣାରେ ଏଡ୍‌ଗାର୍‌ ଟାଉନ୍‌ ଗ୍ରେଟ୍‌ ପଣ୍ଡ୍‌ରେ ବୁଡ଼ିଯାଇଥିଲେ। ସେ ଜଳାଶୟରେ ବୁଡ଼ିଯିବା କଥା ଅନ୍ୟ ଜଣେ ‘ପେଡ୍‌ଲ୍‌ବୋର୍ଡର୍‌’ ମାସାଚ୍ୟୁସେଟସ୍‌ ଷ୍ଟେଟ୍‌ ପୋଲିସ୍‌ରେ ରିପୋର୍ଟ କରିବା ପରେ ଉଦ୍ଧାରକାରୀମାନେ ଜଳାଶୟରେ ତଲାସ କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କୁ ଖୋଜି ନ ପାଇବାରୁ ଶେଷରେ ‘ସୋନାର୍‌’ ବ୍ୟବହାର କରାଯାଇ ପାଣି ଭିତରେ ବୁଡ଼ି ରହିଥିବା ତାଙ୍କ ଶବ ଠାବ କରାଯାଇ ଉଦ୍ଧାର କରାଗଲା। ଏହି ଅଘଟଣ ସମୟରେ ଓବାମା ଓ ତାଙ୍କ ସ୍ତ୍ରୀ ମିସେଲ୍‌ ଓବାମା ଘରେ ଉପସ୍ଥିତ ନ ଥିଲେ। ଓବାମା ରାଷ୍ଟ୍ରପତି ଥିବା ବ‌େଳେ କ୍ୟାମ୍‌ବେଲ୍‌ ହ୍ବାଇଟ୍‌ ହାଉସ୍‌ରେ ଜଣେ ପ୍ରମୁଖ ସହକାରୀ ରୋଷେୟା ଭାବେ କାମ କରୁଥିଲେ। ରାଷ୍ଟ୍ରପତି ଭାବେ ଓବାମାଙ୍କ କାର୍ଯ୍ୟକାଳ ଶେଷ ହେବାପରେ ସେ ତାଙ୍କ ବାସଭବନରେ ବ୍ୟକ୍ତିଗତ ରୋଷେୟା ଭାବେ କାମକରିବାକୁ ଚାଲି ଆସିଥିଲେ। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଓବାମା କହିଛନ୍ତି, କେବେଠୁ ସେ ଆମ ଜୀବନର ଅବିଚ୍ଛେଦ୍ୟ ଅଂଶ ପାଲଟି ରହିଥିଲେ। ତାଙ୍କ ମୃତ୍ୟୁରେ ଆମେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛୁ। ଟାଫାରିଙ୍କୁ ଜାଣିଥିବା ଓ ଶ୍ରଦ୍ଧା କରୁଥିବା ବ୍ୟକ୍ତିବିଶେଷ, ବିଶେଷକରି ତାଙ୍କ ସ୍ତ୍ରୀ ଶେରିସି ଓ ସେମାନଙ୍କର ଜାଆଁଳା ପୁଅ ଜାଭିୟର୍‌ ଓ ସାଭିନ୍‌ଙ୍କ ଦୁଃଖରେ ଆମେ ସମଦୁଃଖୀ।

Breaking News