ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ଫାଇଲେରିଆ ନିରାକରଣ ଲାଗି ସ୍ୱାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଫାଇଲେରିଆ ରୋଗ ନିରାକରଣ ପାଇଁ ଆଇଭରମେଟିନ ବଟିକା ଦିଆଯିବ। ଆସନ୍ତା ଅଗଷ୍ଟ ୧୦ରୁ ରାଜ୍ୟରେ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଅଗଷ୍ଟ ୧୦ରୁ ୧୯ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ। ୧୧ ଜିଲ୍ଲାର ୧ କୋଟି ୮୧ ଲକ୍ଷ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୬୫ ହଜାର ୬୬୬ ଡ୍ରଗ୍ ଅଫିସର ନିୟୋଜିତ ହେବେ। ୧୦ ଦିନ ଭିତରେ ସମସ୍ତଙ୍କୁ ଔଷଧ ସେବନ କରାଇବା ଲକ୍ଷ୍ୟ ରଖାଯାଇଛି। ଗର୍ଭବତୀ ମହିଳା, ୨ ବର୍ଷରୁ କମ ବୟସର ଶିଶୁ, ଏକ ସପ୍ତାହ ଭିତରେ ଶିଶୁ ଜନ୍ମ କରିଥିବା ମାଆ ଓ ଅତ୍ୟନ୍ତ ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଔଷଧ ଦିଆଯିବନି। ଆଶାକର୍ମୀ ଓ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ଘରକୁ ଘର ବୁଲି ଲୋକଙ୍କୁ ଏହି ଔଷଧ ଖୁଆଇବେ।






More Stories
ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ….
୨ରେ ଲଘୁଚାପ…..
ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି:୧୦୮ ଗରା ଜଳରେ କରିବେ ସ୍ନାନ…..