Report Card Odisha

| Daily Odia News

ତ୍ୱରିତ ନ୍ୟାୟ କୁ ରାଷ୍ଟ୍ରପତିଙ୍କ ଗୁରୁତ୍ୱ…..

ରିପୋର୍ଟ କାର୍ଡ / କଟକ

ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ଲୋକ ହଇରାଣ ହେଉଛନ୍ତି। ଏଥିପାଇଁ ଅନେକଙ୍କ ଜୀବନ ଜେଲରେ କଟୁଛି। ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛି। ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟକ ହେବ। ବଞ୍ଚିତମାନଙ୍କୁ ଉପଯୁକ୍ତ ନ୍ୟାୟିକ ସୁବିଧା ମିଳୁ। ଏକଥା ମୁଁ ଆଗରୁ କହିଆସିଛି। ଏବେ ପୁଣି ସେହି କଥାକୁ ଦୋହରାଉଛି। ଅନେକ ଆଇନଜୀବୀ ମାଗଣାରେ ସେବା କରୁଛନ୍ତି। ଏହାଦ୍ବାରା ସାଧାରଣ ଲୋକ ବି ସହଜରେ ନ୍ୟାୟ ପାଇପାରିବେ ବୋଲି ଆଶା। ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟ‌ୋଜିତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଇ ଏଭଳି କହିଛନ୍ତି ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ‘ଜୟ ଜଗନ୍ନାଥ’ କହି ନିଜର ଅଭିଭାଷଣ ଆରମ୍ଭ କରିବା ସହ କାରଗିଲ ଦିବସ ଅବସରରେ ସହିଦଙ୍କୁ ନମନ କରିଛନ୍ତି ରାଷ୍ଟ୍ରପତି। କଟକକୁ ପ୍ରଣାମ କରିବା ସହ ଉତ୍କଳ ଗୌରବ ମଧୁସୂଦନ, ନେତାଜୀ ସୁଭାଷଙ୍କ କଥା ମନେ ପକାଇଛନ୍ତି ରାଷ୍ଟ୍ରପତି। ଏହି ଅବସରରେ ସେ ଓଡ଼ିଶା ହାଇକୋର୍ଟର ଗୌରବ ଗାଥା ମଧ୍ୟ ବଖାଣିଥିଲେ | ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପରେ ରାଷ୍ଟ୍ରପତି ମ୍ୟୁଜିୟମ ଅଫ୍‌ ଜଷ୍ଟିସ ପରିଦର୍ଶନ କରିଛନ୍ତି। ଏହାପରେ ସେ ହାଇକୋର୍ଟରେ ମଧ୍ୟାହ୍ନ ଭୋଜନ କରି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି।

Breaking News