ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଆଣିବାକୁ ଥିବା ବିଲ୍ ସଂସଦରେ ଉଭୟ ଗୃହରେ ବେଶ ସହଜରେ ପାରିତ ହେବ। ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପାଖରେ ଯେକୌଣସି ବିଲକୁ ପାରିତ କରିବା ପାଇଁ ଆବଶ୍ୟକ ସଂଖ୍ୟା ରହିଛି। ହେଲେ ରାଜ୍ୟସଭାରେ କେନ୍ଦ୍ରର ଦିଲ୍ଲୀ ନିୟନ୍ତ୍ରଣ ବିଲ୍ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ବୋଲି କୁହାଯାଉଥିଲା | ବିଜେଡିର ଆବଶ୍ୟକ ବିଜେପି କୁ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଏବେ ବିଜେପିକୁ ଆଉ ବିଜେଡିର ସହାୟତା ଆବଶ୍ୟକ ନାହିଁ। ଏନଡିଏ ସରକାରର ସବୁ ଆଶା ଓ ଆଶଙ୍କା ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଜଗନମୋହନ ରେଡ୍ଡୀଙ୍କ ୱାଇଏସ୍ଆର କଂଗ୍ରେସ ଦୂର କରି ଦେଇଛନ୍ତି | ଦଳ ପକ୍ଷରୁ କେନ୍ଦ୍ରର ଦିଲ୍ଲୀ ନିୟନ୍ତ୍ରଣ ବିଲକୁ ରାଜ୍ୟସଭାରେ ସମର୍ଥନ କରାଯିବ ବୋଲି ଘୋଷଣା କରାଯାଇଛି। କେବଳ ଦିଲ୍ଲୀ ନିୟନ୍ତ୍ରଣ ବିଲ୍ ନୁହେଁ, ୱାଇଏସ୍ଆର କଂଗ୍ରେସ ଲୋକସଭାରେ ଆଗତ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ବେଳେ ମଧ୍ୟ ବିଜେପି ସରକାରକୁ ସମର୍ଥନ କରିବ ବୋଲି କହିଥିବା ଜଣାପଡିଛି |






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..