ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଅସୁସ୍ଥତା ଅନୁଭବ କରିପାରନ୍ତି। ସାମୟିକଭାବେ ଅର୍ଥାଭାବର ସମ୍ମୁଖୀନ ହେବେ। ଚୋର ଭୟ ଅଛି। ଶତ୍ରୁ ଉପରେ ଦୃଷ୍ଟି ରଖିବାକୁ ପଡ଼ିବ। ସରକାରୀ ତାଡ଼ନାର ସମ୍ମୁଖୀନ ହୋଇପାରନ୍ତି। ଚିତ୍ତ ଅସ୍ଥିର ରହିବ।
ବୃଷ : ପତ୍ନୀ ରୂପବତୀ ଓ ବୁଦ୍ଧିମତି ହେବେ। ଶାନ୍ତଶିଷ୍ଟ ଗୁଣଯୁକ୍ତା ହେବେ। ପତିବ୍ରତା ହେବେ। ଆଚାର ଶୁଦ୍ଧି ଓ ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ଦେବତା ଓ ବ୍ରାହ୍ମଣମାନଙ୍କ ଉପରେ ଭକ୍ତିଭାବ ରହିବ।
ମିଥୁନ : ପତ୍ନୀଙ୍କ ପାଇଁ ପରର ବୈରୀ ହେବାର ସୂଚନା ମିଳୁଛି। ସାଥୀ ବ୍ୟବସାୟୀମାନେ ଦୁଷ୍ଟାମୀ ଆଚରଣ କରିପାରନ୍ତି। ନୀଚ ବ୍ୟକ୍ତିକୁ ଦୂରୁ ଜୁହାର କରି ବିଦା ନ କଲେ ଅସୁବିଧାର ସମ୍ମୁଖୀନ ହେବେ।
କର୍କଟ : ପୁତ୍ରମାନେ ସୁପ୍ରତିହତ ହୋଇ ପ୍ରସିଦ୍ଧି ଲାଭ କରିପାରନ୍ତି। କୀର୍ତ୍ତିମାନ୍ ହେବାର ସୂଚନା ମିଳୁଛି। ସେମାନଙ୍କଠାରେ ମହାନୁଭବତାର ଲକ୍ଷଣ ପ୍ରକାଶିତ ହେବ। ଧନ ସହିତ ବିନୟୀ, ଦୟାଯୁକ୍ତ ହେବେ।
ସିଂହ : ପୂର୍ବରୁ କୌଣସି ସୂଚନା ନ ଥାଇ ହଠାତ୍ ସୁଖ ସାଗରରେ ସନ୍ତରଣ କରିପାରନ୍ତି। କୁମିତ୍ରମାନଙ୍କୁ ପରୀକ୍ଷା ଓ ପରୀକ୍ଷଣ ଦ୍ବାରା ଚିହ୍ନଟ କରି ବିଦାୟ କରିବେ। ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।
କନ୍ୟା : ପତ୍ନୀଙ୍କଠାରୁ ବଳି ପରମ ମିତ୍ର ଆଉ କେହି ହୋଇପାରିବେ ନାହିଁ। ସେ ସଦାସର୍ବଦା ଧର୍ମ ମାର୍ଗରେ ମାର୍ଗୀ ହୋଇ ଆପଣଙ୍କୁ ଧାର୍ମିକ କରିବାକୁ ପ୍ରୟାସ ଜାରି ରଖିବେ। ଗୁରୁ, ଗୁରୁଜନଙ୍କଠାରେ ଭକ୍ତିଭାବ ରହିବ।
ତୁଳା : ବ୍ୟବସାୟରୁ ଦାନ ପ୍ରାପ୍ତିର ସୂଚନା ମିଳୁଛି। ପୁତ୍ରଠାରୁ ଆଶାନୁରୂପ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଯୁଦ୍ଧରେ ଜୟଯୁକ୍ତ ହୋଇ ଧନ ପ୍ରାପ୍ତ ହୋଇପାରନ୍ତି। ଗୁରୁଙ୍କ କଲ୍ୟାଣରୁ ସ୍ବଳ୍ପ ଧନ ମିଳିପାରେ।
ବିଛା : ସତ୍ସାହସୀ ହୋଇ ସଂଗ୍ରାମ ଭୂମିରେ ଅବତୀର୍ଣ୍ଣ ହେବେ। ଛୋଟକାଟିଆ କାର୍ଯ୍ୟ ଓ ବ୍ୟବସାୟ ଲାଭପ୍ରଦ ହେବ। ବହୁ ବ୍ୟକ୍ତିଙ୍କ ଦାନାପାଣିର ହର୍ତ୍ତାକର୍ତ୍ତା ହୋଇ ଆତ୍ମସନ୍ତୋଷ ଲାଭ କରିବେ।
ଧନୁ : ସର୍ବପ୍ରଥମେ ପରୀକ୍ଷା କରି ପାପୀମାନଙ୍କୁ ତ୍ୟାଗ କରିବେ। ସେବା ଭାବନାରେ ଉଦ୍ବୁଦ୍ଧ ହୋଇପାରନ୍ତି। କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ମାନବବାଦୀ ହେବେ। ଅନ୍ୟକୁ ବିପଦରୁ ରକ୍ଷା କରିବେ।
ମକର : ଜଳଯାନରୁ ଧନ ଲାଭ କରିପାରନ୍ତି। ବିଦେଶଯାତ୍ରାରୁ ଧନଲାଭର ସୂଚନା ମିଳୁଛି। ସରକାରୀ ଚାକିରିରୁ ଆଶାନୁରୂପ ଆୟର ସୁଯୋଗ ମିଳିବ। ବ୍ୟବସାୟରେ ପୁଞ୍ଜିଖଟାଇ ଧନଲାଭ କରିପାରନ୍ତି।
କୁମ୍ଭ : କୁଳୋଚିତ କର୍ତ୍ତାଭାବେ ବହୁ ସୁନାମ ଅର୍ଜନ କରିପାରନ୍ତି। ଅକ୍ଷୟ କୀର୍ତ୍ତି ସ୍ଥାପନ କରିବାରେ ପାରଙ୍ଗମ ହୋଇପାରନ୍ତି। ଦ୍ବିଜାନୁରକ୍ତ ହେବାର ସୂଚନା ମିଳୁଛି। ସ୍ଥିତପ୍ରଜ୍ଞଭାବେ ଆସୁଥିବା ବିପଦର ମୁକାବିଲା କରିବେ।
ମୀନ : ଧର୍ମଧ୍ବଜାଧାରୀ ହୋଇପାରନ୍ତି। ଶତ୍ରୁ ଦମନକାରୀ ହେବେ। ଆରାମ ଦାୟକ ଜୀବନଯାପନ କରିପାରନ୍ତି। ହଠାତ୍ ଯେକୌଣସି କାର୍ଯ୍ୟରେ ଯୋଗଦେଇ ତା’ର ସୁପରିଚାଳନା କରିବେ। ଯଜ୍ଞକାରୀ ହେବେ।






More Stories
ସତର୍କ ରହିବା ଭଲ…..
ସତର୍କତାର ସହ ଚଳିବାକୁ ପଡ଼ିବ…..
ଶୁଭ ଫଳ ମିଳିବ…..