Report Card Odisha

| Daily Odia News

ଓଲିଉଡ ନାୟିକାଙ୍କ ଶାରୀରିକ ସମ୍ପର୍କ ଭିଡିଓ ଭାଇରାଲ୍…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଓଲିଉଡର ଜଣେ ଜଣାଶୁଣା ନାୟିକା ତାଙ୍କ ପୁରୁଷବନ୍ଧୁଙ୍କ ଦ୍ବାରା ଯୌନନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ନାୟିକା ଜଣକ ଥାନାରେ ଏଫଆଇଆର ଦାଖଲ କରି ପୁରୁଷବନ୍ଧୁ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା କହିଛନ୍ତି । ସୂଚନା ଅନୁସାରେ, ୨୦୧୯ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ପୁରୁଷ ବନ୍ଧୁ ଜଣେ ପ୍ରଯୋଜକ ଓ ନିର୍ଦ୍ଦେଶକ ବୋଲି ଜଣାପଡ଼ିଛି। ସେ କିଛି ବର୍ଷ ତଳେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟସ୍ତରର ପୁରସ୍କାର ଲାଭ କରିଥିଲେ। ସୂଚନା ଅନୁଯାୟୀ, ପ୍ରଥମେ ୨୦୨୧ରେ ଆସିଥିବା ଏହି ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନାରେ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ପୁଣିଥରେ ଠକେଇ, ନିର୍ଯାତନା ଓ ଭିଡିଓ ଭାଇରାଲ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଛି। ଫିଲ୍ମ ଓ ବଡ଼ ବଡ଼ ପ୍ରଡକ୍ସନ ହାଉସରେ କାମ ଦେବାର ପ୍ର‌ଲୋଭନ ଦେଇ ପୁରୁଷ ବନ୍ଧୁ ନାୟିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ବି ଅଭିଯୋଗ ହୋଇଛି। ଆଉ ଏହି ଅନ୍ତରଙ୍ଗ ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରି ପୁରୁଷ ବନ୍ଧୁ ବ୍ଲାକମେଲ୍ କରୁଥିବା ମଧ୍ୟ ଜଣାପଡ଼ିଛି।

Breaking News