ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅପରାଧ ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼। ଭରତପୁର ଥାନା ବରମୁଣ୍ଡା ମହାବୀର ନଗର ବସ୍ତିରେ ନିଶା ବେପାର ଚଳାଇଥିବା ରାଜନ ନାୟକର ଘରେ ବୁଲଡୋଜର ବୁଲାଇଛି ପୋଲିସ। ଅଭିଯୁକ୍ତ ୧୦ ବର୍ଷରୁ ଅଧିକ ସମୟ ଧରି ଉକ୍ତ ବସ୍ତିରେ ନିଶା ବେପାର ଚଳାଉଥିବା ନେଇ ମହିଳା ସଂଗଠନ ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲେ ସୁଦ୍ଧା ଜାମିନରେ ଆସି ନିଶା ବେପାର ଚଳାଇଥିଲା । ଦୀର୍ଘଦିନ ଧରି ସରକାରୀ ଜାଗାରେ ଘର କରି ନିଶା ବେପାର କରିବା ସହ ଅପରାଧ ଘଟାଉଥିଲେ ରାଜନ । ତେବେ ପୋଲିସ ଏହି ଅପରାଧ ସାମ୍ରାଜ୍ୟର ଅନ୍ତ କରିବାକୁ ରାଜନ ନାୟକର ଘରେ ବୁଲଡୋଜର ବୁଲାଇଛି । ଅପରାଧ ଓ ଅପରାଧୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି କମିଶନରେଟ ପୋଲିସ ଆପଣାଉଥିବା ସୂଚନା ଦେଇଛନ୍ତି ଭରତପୁର ଥାନାଧିକାରୀ ।






More Stories
ଆଜିଠୁ ବିଧାନସଭା ବଜେଟ୍ ଅଧିବେଶ…..
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..